Uncategorized

ବନ୍ଧକ ଥିବା କଂଗ୍ରେସ ବିଧାୟକ ମୁକ୍ତ ହୋଇଛନ୍ତି: ଶୋଭା ଓଝା

(ଭୋପାଳ): ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କୁ ମଧ୍ୟପ୍ରଦେଶରେ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଷଡଯନ୍ତ୍ର ରଚିଥିବା ଦଳ ଅଭିଯୋଗ କରିଛି । କଂଗ୍ରେସର ୮ ଜଣ ବିଧାୟକମାନଙ୍କୁ ହରିଆଣାର ଏକ ହୋଟେଲରେ ବିଜେପି ବନ୍ଧକ ରଖି ଦଳ ବଦଳ ପାଇଁ ୩୦ରୁ ୩୫ କୋଟି ଦେବାକୁ ଲୋଭ ଦେଖାଇଥିବା ଦଳ ଅଭିଯୋଗ କରିଥିଲା । ତେବେ ଏହି ବିଧାୟକମାନଙ୍କୁ ଏବେ ଛାଡି ଦିଆଯାଇଛି ବୋଲି କଂଗ୍ରେସ ନେତ୍ରୀ ଶୋଭା ଓଝା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁରଗାଓଁର ଆଇଟିସି ହୋଟେଲରେ ବିଜେପି ବନ୍ଧକ ରଖିଥିବା ବିଧାୟକମାନଙ୍କ ମଧ୍ୟରୁ ପ୍ରାୟ ୬ ଜଣ ଏବେ ମୁକ୍ତ ହୋଇଛନ୍ତି । କିଛି ନେତାଙ୍କୁ ବିଜେପି ବେଙ୍ଗାଲୁୁରୁ ନେଇଯାଇଛି । ସେମାନଙ୍କୁ ଆଣିବାକୁ ଚେଷ୍ଟା ଜାରି ରହିଛି । ଖୁବଶୀଘ୍ର ସେମାନେ ମଧ୍ୟ ଫେରି ଆସିବେ ବୋଲି ସେ କହିଛନ୍ତି । ସରକାର ଗଠନ ପରେ କମଲନାଥଙ୍କ ସରକାର ବାରମ୍ବାର ବିଜେପିକୁ ଆସ୍ଥା ଭୋଟ ବଳରେ ଶକ୍ତି ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଆସିଛନ୍ତି । କିନ୍ତୁ ଏଭଳି ଷଡଯନ୍ତ୍ର କରିବାକୁ କଂଗ୍ରେସ କେବେ ମଧ୍ୟ ଚେଷ୍ଟା କରିନଥିଲା ବୋଲି ଏହି କଂଗ୍ରେସ ନେତ୍ରୀ କହିଛନ୍ତି ।

Related posts

ନିଖୋଜ ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରେ ଠାବ

mahabharatanews

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଦାୟୀତ୍ୱ ନେଲେ ତରଣଜିତ ସନ୍ଧୁ

mahabharatanews

ରାଜ୍ୟସଭାରେ ସରୋଗେସିକୁ ମଳିଲା ମଞ୍ଜୁରୀ

mahabharatanews