Uncategorized

ବରିଷ୍ଠ ଆରଏସଏସ ପ୍ରଚାରକ ପି ପରମେଶ୍ୱରମଙ୍କ ପରଲୋକ

(ନୂଆଦିଲ୍ଲୀ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ବରିଷ୍ଠ ପ୍ରଚାରକ ତଥା ଭାରତୀୟ ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନଙ୍କର ରବିବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଶନିବାର ରାତି ପ୍ରାୟ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । କେରଳର ପାଲ୍ଲାକାଡ ଜିଲ୍ଲାର ଓଟ୍ଟାପ୍ପାଲମ ଠାରେ ତାଙ୍କର ଆୟୁର୍ବେଦିକ ଚିକିତ୍ସା ଚାଲୁ ରହିଥିଲା ବେଳେ ତାଙ୍କର ମୃତ୍ୟୁ ହୋଇଛି । ୧୯୨୭ରେ କେରଳର ଆଲାପୁଝା ଜିଲ୍ଲାର ମୁହାମାରେ ଜନ୍ମଗ୍ରହଣ କରିଥିବା ପରମେଶ୍ୱରନ ତାଙ୍କ ଛାତ୍ର ଜୀବନ କାଳରେ ଆରଏସଏସରେ ଯୋଗ ଦେଇଥିଲେ । ୧୯୬୭ରୁ ୧୯୭୧ ଯାଏ ଭାରତୀୟ ଜନସଂଘର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ପରେ ୧୯୭୧ରୁ ୧୯୭୭ ଯାଏ ସଂଘର ଉପସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ୧୯୭୭-୮୨ ପର୍ଯ୍ୟନ୍ତ ଦୀନଦୟାଲ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ରହିଥିଲେ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଭଳି ବରିଷ୍ଠ ନେତା ସହ କାମ କରିଥିବା ପରମେଶ୍ୱରନଙ୍କୁ ୨୦୧୮ରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୁଷଣରେ ସମ୍ମାନିତ କରାଯାଇଥିଲା । ୨୦୦୪ରେ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ସେ ଭାରତର ଗର୍ବିତ ପୁତ୍ର ଥିଲେ । ତାଙ୍କ ବିୟୋଗରେ ଦୁଃଖୀ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ।

Related posts

ଗେରୁଆ ଧରିଲେ ମମତା ବାନାର୍ଜୀ, ବିଜେପି କହିଲା ପରିବର୍ତ୍ତନ ନା ନାସ୍ତିକତା?

mahabharatanews

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

mahabharatanews

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ

mahabharatanews