ନୂଆଦିଲ୍ଲୀ: ବିଶ୍ୱରେ ୧ ଜାନୁଆରୀରେ ଯେତିକି ଶିଶୁ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ୧୭ ପ୍ରତିଶତ ଭାରତରେ ଜନ୍ମ ହୋଇଛନ୍ତି । ୟୁନିସେଫ ପକ୍ଷରୁ ବର୍ଷର ପ୍ରଥମ ଦିନରେ ଜନ୍ମ ନେଇଥିବା ଶିଶୁଙ୍କ ସଂଖ୍ୟା ଜାରି କରାଯାଇଛି । ଯୁନିସେଫ ମୁତାବକ ୨୦୨୦ ଜାନୁଆରୀ ୧ ତାରିଖରେ ସାରା ବିଶ୍ୱରେ ୩, ୯୨, ୦୭୮ ଜଣ ଶିଶୁ ଜନ୍ମଗ୍ରହଣ କରିଥିବା ବେଳେ ଭାରତରେ ସର୍ବାଧିକ ୬୭୩୮୫ ଶିଶୁଙ୍କ ଜନ୍ମ ହୋଇଥିଲା । ଭାରତ ପରେ ଚୀନ- ୪୬.୨୯୯; ନାଇଜେରିଆ- ୨୬.୦୩୯; ପାକିସ୍ତାନ- ୧୬,୭୮୭; ଇଣ୍ଡୋନେସିଆ-୧୩,୦୨୦; ଆମେରିକା-୧୦,୪୫୨; ଇଥିଓପିଆ-୮,୪୯୩ ଜଣ ଶିଶୁ ଜନ୍ମ ହୋଇଥିଲେ ।
ଏକ ଅନୁମାନ ମୁତାବକ, ୨୦୨୦ର ପ୍ରଥମ ଶିଶୁ ଫିଜିରେ ଜନ୍ମ ହୋଇଥିବା ବେଳେ ଆମେରିକାରେ ଦିନର ଶେଷ ଶିଶୁ ଜନ୍ମ ହୋଇଥିଲା । ୨୦୧୮ରେ ୨୫ ଲକ୍ଷ ନବଜାତ ଶିଶୁ ଜନ୍ମ ନେବା ପରେ ମୃତ୍ୟୁବରଣ କରିଥିଲେ । ଏହି ଶିଶୁଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ସମୟ ପୂର୍ବରୁ ଜନ୍ମ, ପ୍ରସବ କାଳୀନ ଜଟିଳତା ଓ ସେପ୍ସିର ପରି ସଂକ୍ରମଣ କାରଣରୁ ହୋଇଥିଲା । ଏହା ପରେ ୟୁନିସେଫ ପକ୍ଷରୁ ସେହି କାରଣର ପ୍ରତିକାର କରାଯାଇଥିଲା । ଫଳରେ ତିନି ବର୍ଷ ମଧ୍ୟରେ ଏହି ସଂଖ୍ୟା ହ୍ରାସ ପାଇଛି, ଯେଉଁଥିରେ ଜନ୍ମର ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଶିଶୁଙ୍କ ମୃତ୍ୟୁ ହୋଇଥାଏ । ବର୍ଷ ୨୦୧୮ରେ ପାଞ୍ଚ ବର୍ଷ ମଧ୍ୟରେ ୪୭ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ୧୯୯୦ରେ ଏହି ସଂଖ୍ୟା ୪୦ ପ୍ରତିଶତ ଥିଲା । ଏହା ପରେ ୟୁନିସେଫ ପକ୍ଷରୁ ପ୍ରତ୍ୟେକ ଶିଶୁ ବଞ୍ôଚବା ଅଭିଯାନ ଆରମ୍ଭ ହୋଇଥିଲା ।
ୟୁଏନର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଏଟା ପୋର କହିଛନ୍ତି, ୟୁନିସେଫର ସମସ୍ତ ପ୍ରୟାସ ସତ୍ତେ୍ୱ ଆଜିମଧ୍ୟ ବିଶ୍ୱର ଅଧିକାଂଶ ମା ଓ ଶିଶୁଙ୍କ ଦେଖାରେଖା ପ୍ରଶିକ୍ଷିତ ଧାଈ ବା ନର୍ସଙ୍କ ଦ୍ୱାରା ସମ୍ଭବ ହେଉନାହିଁ, ଯାହା ଘାତକ ସାବ୍ୟସ୍ତ ହୋଇଛି । ତାଙ୍କ ମୁତାବକ, ଆମେ ଏହା ସୁନିଶ୍ଚିତ କରି ପାରିବୁ କି ଲକ୍ଷ ଲକ୍ଷ ଶିଶୁ ଜନ୍ମର ପ୍ରଥମ ଦିନରେ ଜୀବିତ ରୁହନ୍ତି ଓ ଏହି ଦଶକକୁ ମଧ୍ୟ ଉପଭୋଗ କରନ୍ତୁ ।