(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଗାଁ ନିକଟରେ ଆମ୍ବ ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ହାଇୱା ଗୋଟିଏ ବାଇକକୁ ଧକ୍କା ଦେଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ମହାଦେବପାଲି ଥାନା ଅନ୍ତର୍ଗତ ନାଗପାଲି ଗାଁର ପିତାମ୍ବର ନାଗ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଯୁବକ ଜଣକ କୌଣସି କାମରେ ନିଜ ଶାଶୂଘର ବଳାରଙ୍ଗା ଯାଇଥିଲେ । ସେଠାରୁ ଫେରିବା ବାଟରେ ଆମ୍ବ ବୁଲାଣି ରାସ୍ତାରେ ଏକ ହାଇୱା ସହ ତାଙ୍କ ବାଇକ୍ର ଧକ୍କା ହୋଇଥିଲା । ଫଳରେ ଯୁବକ ଜଣକ ରାସ୍ତା କଡରେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରିବା ପରେ ବିନିକା ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଵିଶାଲପାଲି ଗ୍ରାମ ନିକଟ ରେ ଥିବା ଆମ୍ବ ବଣ ବୁଲାଣି ରାସ୍ତାରେ ଏକ ହାଇବା ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା। ରାସ୍ତାରେ ଯାଉଥିବା ଲୋକମାନେ ବିନିକା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ଅଗ୍ନିଶମ ବିଭାଗ ଉଦ୍ଧାର କରି ବିନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଡାକ୍ତର ଉକ୍ତ ବ୍ୟକ୍ତି କୁ ମୃତ ଘୋଷଣା କରିଥିଲେ।
ମୃତ ବ୍ୟକ୍ତି ଜଣକ ମହାଦେଵପାଲି ଫାଣ୍ଡି ଅନ୍ତର୍ଗତ ନାଗପାଲି ଗାଁ ର ପିତାମ୍ବର ନାଗ, ଡାକ ନାମ ଗଦି ନାଗ ବୋଲି ଜଣାପଡିଛି, ସେ କୌଣସି କାମରେ ନିଜ ଶାଶୂଘର ବଳାରଙ୍ଗା ଗାଁ କୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ଏକ ହାଇବା ଟ୍ରକ ଉକ୍ତ ବୁଲାଣି ରାସ୍ତା ରେ ମୋଟରସାଇକେଲ କୁ ଧକ୍କା ଦେଇଥିଲା । ହାଇବା ଟ୍ରକ ଚାଳକ ଭାରସାମ୍ୟ ହରାଇ ଧକ୍କା ଦେଇ ଘଟଣା ସ୍ଥଳରୁ ଗାଡି ଛାଡ଼ି ଫେରାର ହୋଇଯାଇଥିଲା। ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି।