Uncategorized

ବାଣିଜ୍ୟ କ୍ଷେତ୍ରରେ ଉଜବେକିସ୍ଥାନ ସହ ଭାରତ କାମ କରିବ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ ଉଜବେକିସ୍ଥାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବଦୁଲ ଅଜିଜ୍ କାମିଲଭ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ନେଇ ବ୍ୟାପକ ଆଲୋଚନା ହୋଇଛି । ଏଥିରେ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ବାଣିଜ୍ୟିକ ସୁବିଧା ପ୍ରଦାନ ଆଦି ପ୍ରସଙ୍ଗ ସ୍ଥାନ ପାଇଛି । ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ବୃଦ୍ଧିକୁ ଉଭୟ ଦେଶ ଗୁରୁତ୍ୱ ଦେଇଛନ୍ତି ଏବଂ ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ମଧ୍ୟ ଏକମତ ହୋଇଛନ୍ତି । କେଉଁକେଉଁ କ୍ଷେତ୍ରରେ ପୁଞ୍ଜି ନିବେଶ ହୋଇପାରିବ ଏବଂ ବାଣିଜ୍ୟ କାରବାର ଅଧିକ ସୁଗମ ହେବ, ସେ ନେଇ ଦୁଇ ବୈଦେଶିକ ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି ।

ବାଣିଜ୍ୟ କ୍ଷେତ୍ରରେ ପାରସ୍ପରିକ ରିହାତିମୂଳକ ବାଣିଜ୍ୟର ଆବଶ୍ୟକତାକୁ ଉଭୟ ଗୁରୁତ୍ୱ ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଉଜବେକିସ୍ଥାନକୁ ୨ଶହ ମିଲିୟନ ଡଲାର ଋଣ ଯୋଗାଣ ପ୍ରସ୍ତାବକୁ ସମର୍ଥନ କରିବା ସହ ତୁରନ୍ତ ଏହାର କାର୍ଯ୍ୟକାରୀ ହେବା ସପକ୍ଷରେ ମତ ଦେଇଛନ୍ତି । କେଉଁ କେଉଁ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହୋଇପାରିବ, ସେ ସଂକ୍ରାନ୍ତରେ ତୁରନ୍ତ ପ୍ରକଳ୍ପ ରିପୋର୍ଟ ଦେବାକୁ ସେ ଉଜବେକିସ୍ଥାନ ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି । ଦୁଇଦେଶ ମଧ୍ୟରେ ରଣକୌଶଳାତ୍ମକ ସଂପର୍କ ଭଲ ଥିବାରୁ ଉଭୟ ପକ୍ଷ ଏହି ପ୍ରକ୍ରିୟାକୁ ଅବ୍ୟାହତ ରଖିବା ସହ ୨୦୨୦ରେ ଉଜବେକ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଯେଉଁ ରାଜିନାମା ହୋଇଥିଲା, ତାହାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଉଜବେକ ବୈଦେଶିକ ମନ୍ତ୍ରୀ କାମିଲଭ୍ ତାଙ୍କ ଦେଶର ଅର୍ଥନୀତିର ଉଦାରୀକରଣ, ଶିଳ୍ପ ଓ ବାଣିଜ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି, ବିଦେଶୀ ପୁଞ୍ଜି ନିବେଶ, ଭାରତୀୟ କମ୍ପାନିମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ ଆଦି ପ୍ରସଙ୍ଗରେ ଜୟଶଙ୍କରଙ୍କୁ ଅବଗତ କରାଇଥିଲେ । ଦୁଇ ବୈଦେଶିକ ମନ୍ତ୍ରୀ ପ୍ରତିରକ୍ଷା, ଆତଙ୍କବାଦ ନିରୋଧ କାର୍ଯ୍ୟ, ସୁରକ୍ଷା, ସୂଚନା ଓ ପ୍ରଯୁକ୍ତି, ସାଂସ୍କୃତିକ ବିନିମୟ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।

Related posts

ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୩୧୮୬୮

mahabharatanews

୧୫୮ ଲିଟର ଦେଶୀ ମଦ ଜବତ, ୪ ଗିରଫ

mahabharatanews

ଆମେରିକାର ହୋଷ୍ଟନ ପୋଷ୍ଟ ଅଫିସ ଭାରତୀୟଙ୍କ ନାମରେ ହେବ ନାମିତ

mahabharatanews

Leave a Comment