ଓଡିଶା

ବାସି ଖାଦ୍ୟ ଖାଇ ୪୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅସୁସ୍ଥ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲାର ଏକ ଭିନ୍ନକ୍ଷମ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ପ୍ରାୟ ୪୫ରୁ ଉଦ୍ଧ୍ୱର୍ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ପେଟ ଯନ୍ତ୍ରଣା ସହ ଲଗାତାର ବାନ୍ତି ହେଉଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେତେକଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ବେଳେ ଅନ୍ୟ କେତେକ ସାମାନ୍ୟ ସୁସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଅପରାହ୍ନରେ କେହି ଜଣେ ଭିନ୍ନକ୍ଷମ ବିଦ୍ୟାଳୟକୁ ଆସି ଜନ୍ମଦିନ ପାଇଁ ଘରେ ତିଆରି ହୋଇଥିବା ମୁଗବରା ଓ ମିଠା ବାଣ୍ଟିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖାଇ ସାରିବା ପରେ ସନ୍ଧ୍ୟା ସମୟରେ ବାନ୍ତି ହୋଇଥିଲା । କିଛି ଛାତ୍ରଛାତ୍ରୀ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ୪୫ ଜଣ ଆକ୍ରାନ୍ତ ଦିବ୍ୟାଙ୍ଗ ପିଲାମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ କିଛି ପିଲାଙ୍କ ଅବସ୍ଥା ସୁଧୁରିଥିବା ବେଳେ ଅନ୍ୟ କେତେକ ଏବେ ଚିକିତ୍ସାଧିନ ଥିବା ଡାକ୍ତର କହିଛନ୍ତି । ଏହି ଘଟଣା ବିଷୟରେ ଖବର ପାଇ ସୋନପୁର ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇ ଭିିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

Related posts

ଖମାର ବନବିଭାଗକୁ ବଡ଼ ସଫଳତା

mahabharatanews

ଭାଲୁ ଆକ୍ରମଣର ଶିକାର ହୋଇ ବୃଦ୍ଧ ଗୁରୁତର

mahabharatanews

କମିଲା ସୁନା ଦର

mahabharatanews

Leave a Comment