Uncategorized

ବାହୱାଲପୁରରେ ଲୁଚିଛି ଆତଙ୍କୀ ମାସୁଦ: ଗୁଇନ୍ଦା ରିପୋର୍ଟ

(ମହାଭାରତ, ନୂଆଦିଲ୍ଲୀ): ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ପାକିସ୍ତାନରେ ଲୁଚିଥିବା ଜଣାପଡିଛି । ପାକିସ୍ତାନୀ ସେନା ଓ ଆଇଏସଆଇ ତାକୁ ପାକିସ୍ତାନର ବାହୱାଲପୁରରେ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି । ଏପରିକି ତା’ର ପରିବାର ଲୋକଙ୍କୁ ମଧ୍ୟ ଲୁଚାଇ ରଖାଯାଇଥିବା ଭାରତୀ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଗୁଇନ୍ଦା ରିପୋର୍ଟ ଅନୁସାରେ କେବଳ ମାସୁଦକୁ ଜୈଶ ସଂଗଠନର ନୂତନ ମୁଖ୍ୟାଳୟ ଠାରେ ରଖାଯାଇଛି । ବାହୱାଲପୁର-କରାଚୀ ରାସ୍ତାରେ କଡା ସୁରକ୍ଷା ବଳୟରେ ତାକୁ ରଖାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବାହୱାଲପୁର ଏବଂ ଖାଇବର ପଖତୁନୱା ମଧ୍ୟରେ ମାସୁଦ ଲଗାତାର ଯିବା ଆସିବା ଜାରି ରଖିଛି । ସୋମବାର ଏଫଟିଏଫର ଗୁରୁତ୍ୱପୂର୍ଣ୍ଣ ବୈ÷ଠକ ପୂର୍ବରୁ ପାକିସ୍ତାନର ଅର୍ଥନୈ÷ତିକ ବ୍ୟାପାର ମନ୍ତ୍ରୀ ହମ୍ମାଦ ଆଝାର ଜୈଶ ମୁଖ୍ୟ ମାସୁଦ ଆଝାର ନିଖୋଜ ହୋଇଯଇଥିବା କହିଥିଲେ । ତେବେ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ପାକିସ୍ତାନ ମିଛ କହୁଥିବା ଜଣାପଡିଛି । ଅନ୍ୟପଟେ ଗୋଟିଏ ଅନ୍ତର୍ଜାତିକ ଆତଙ୍କବାଦୀକୁ ଲୁଚାଇ ରଖିବାକୁ ଉଦ୍ୟମ କରୁଥିବା ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଏବେ ସନ୍ଦେହଜନକ ଦୃଷ୍ଟିରେ ଦେଖାଯାଉଛି । ସୂଚନାଯୋଗ୍ୟ, ନିକଟରେ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦକୁ ପାକିସ୍ତାନର ଏକ କୋର୍ଟ ୧୧ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି ।

Related posts

ଆଫଗାନିସ୍ତାନ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପାଇଁ ଆଇଏସଆଇର ମସୁଧା: ଗୁଇନ୍ଦା

mahabharatanews

ଟ୍ରମ୍ପଙ୍କ ୨୪ ତାରିଖ ଗସ୍ତ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ

mahabharatanews

ଆଇନ ଛାତ୍ରୀ ଯୌନ ଶୋଷଣ ମାମଲା,ଚିନ୍ମୟାନନ୍ଦଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା

mahabharatanews

Leave a Comment