(ମହାଭାରତ, ବାଲିଆପାଳ): ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ନୟାବାଲି ଗାଁରେ ବିଜୁ ଯୁବ ବାହିନୀ ପକ୍ଷରୁ ଟ୍ରାଫିକ ସଚେତନତା ପାଇଁ କାର୍ଯ୍ୟକ୍ରମ ରକ୍ଷକ ଅନୁଷ୍ଠିତ ହୋଇଯାଇଛି । ଗାଡି ଚାଳନା ବେଳେ ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧିବା ନିତାନ୍ତ ଆବଶ୍ୟକ । ଗାଡି ଚଳାଇବା ବେଳେ ଯାତ୍ରୀ ନିଶା ସେବନ ନକରି ଯତ୍ନବାନ ହୋଇ ଗାଡି ଚଳାଇଲେ ଦୂର୍ଘଟଣାକୁ ନିଶ୍ଚିତ ଭାବେ ଏଡାଯାଇ ପାରିବ ବୋଲି କାର୍ଯ୍ୟକର୍ତ୍ତାମାନେ ପରାମର୍ଶ ଦେଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଯୁବକମାନଙ୍କ ପାଇଁ କ୍ରିକେଟ୍, ଭଲି, ଫୁଟବଲ୍ ଆଦି ଖେଳ ପାଇଁ ପ୍ରତିଯୋଗିତା ହୋଇଥିଲା । ଯୁବତୀମାନେ ପୁଚି,ସ୍କିପିଂ, ଚେସ ଆଦି ଖେଳରେ ଭାଗ ନେଇଥିଲେ । ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜକ ଚାରୁ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜେଶ ପ୍ରଧାନ,ପ୍ରଦିପ ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ଖେଳାଳୀଙ୍କୁ ପୁରସ୍କାର ସହ ବିଭିନ୍ନ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । ଶେଷରେ ବିଜୁ ଯୁବବାହିନୀ ସଦସ୍ୟ ମିହିର ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
next post