ଓଡିଶା

ବିଦ୍ୟୁତ ଅପବ୍ୟବହାର ରୋକିବା ନେଇ ପଥପ୍ରାନ୍ତ ନାଟକ ଆୟୋଜିତ

(ମହାଭାରତ, ଉଦଳା): ବିଦ୍ୟୁତ ବଞ୍ଚାଇବାକୁ ତଥା ଏହା ଅପବ୍ୟବହାରକୁ ରୋକିବା ପାଇଁ ଉଦଳା ଠାରେ ଗ୍ରୀଡକୋ ପକ୍ଷରୁ ଜନସଚେତନା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଉଦଳା ବସଷ୍ଟାଣ୍ଡ ଠାରେ ଏକ ପଥପ୍ରାନ୍ତ ନାଟକର ଆୟୋଜନ ହୋଇଥିଲା । ବିଦ୍ୟୁତ ଚୋରି ଏବଂ ଏହାର ଅପବ୍ୟବହାର ନକରିବାକୁ ଏଠାରେ ଉପସ୍ଥିତ ଜନତାଙ୍କୁ କଳାକାରମାନେ ଅଭିନୟ କରି ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଦଳା ଉପଖଣ୍ଡ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ତ୍ରିଭୁବନ ଦାସଙ୍କ ସହ ବିଭାଗୀୟ ଅଧିକାରୀ ତାପସ ସାହୁ, କୃଷ୍ଣଚନ୍ଦ୍ର ସର୍ଦ୍ଦାର ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ସ୍ଥାନୀୟ ୟୁନିକ ପ୍ରେସ କ୍ଲବର ସଭାପତି ସନ୍ତୋଷ ବାଛିନି, ଉପଦେଷ୍ଟା ଗୋଲକ ମହାରଣା ଉପସ୍ଥିତ ରହିଥିଲେ ।

Related posts

ଦରଦୀମଣିଷ ଥିଲେ ଗୁରୁପଦ ନନ୍ଦ ସୁପ୍ନେଶ୍ୱର୍ ବାଳାଶ୍ରମରେ ଜୟନ୍ତୀ ଉତ୍ସବ ପାଳିତ

mahabharatanews

ବଡମ୍ବା ବିଧାୟକଙ୍କ ନରସିଂହପୁର ବାସଭବନରେ ସିବିଆଇ ଚଢାଉ

mahabharatanews

ମାର୍କେଟ ବିଲ୍ଡିଂ ବନ୍ଦ:  ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ଚେତାବନୀ

mahabharatanews