(ମହାଭାରତ, ବାଲିଗୁଡା): କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବାଟାଗୁଡା ସରକାରି ଉନ୍ନତି ଉଚ୍ଚ ବିଦ୍ୟାଳୟ ଆଶ୍ରମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ର ଜଣକ ସିଭିଗୁଡା ପଞ୍ଚାୟତର ସଦାନନ୍ଦ ପ୍ରଧାନଙ୍କ ପୁଅ ସୁକାନ୍ତ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଛାତ୍ର ଜଣକ ବାଟାଗୁଡା ଆଶ୍ରମ ସ୍କୁଲରେ ହଷ୍ଟେଲରେ ରହି ପଢୁଥିଲେ । ରବିବାର ସକାଳ ୯ଟାରେ କୌଣସି କାରଣରୁ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ହାତ ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିିକିତ୍ସା ଚାଲିଥିବା ବେଳେ ସ୍କୁଲ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ସେଠାରୁ ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ସମ୍ପର୍କରେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ପଚରାଯିବାରୁ ଛାତ୍ର ଜଣକ ପାଚେରୀ ଡେଇଁ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା କହିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
previous post