ଓଡିଶା

ବିନା ଟେଣ୍ଡରରେ କୋଟିକୋଟି ଟଙ୍କା ଚଳୁକରିବାକୁ ମସୁଧା

ଗୋପ: ଦୁର୍ନୀତି ରୋକିବା ଓ କାର୍ଯ୍ୟକୁ ସଠିକ ଭାବେ କରିବା ପାଇଁ ରାଜ୍ୟ ସରକାର ୫ଟି ଓ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି ହେଲେ ତାହା କିଭଳି କାର୍ଯ୍ୟକାରୀ ହେଉଛି ତାର ନମୁନା ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ ଉନ୍ନୟନ ଡିଭିଜନରେ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି । ଫଳରେ ୫ଟି ର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିମାପଡ଼ା ଡିଭିଜନ ଅଧୀନରେ ଥିବା କୋଣାର୍କ ସବଡିଭିଜନ ଓ ଗୋପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ ଟେଣ୍ଡର ପାଇଁ ବିଧିବଦ୍ଧ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ବେଖାତିର କରି କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନକରି ଅଫ ଲାଇନ୍ ରେ ପାସ୍ କରାଇ ନିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବାପରେ ସରକାରଙ୍କ ପକ୍ଷରୁ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ, ବାତ୍ୟା ଫନିରେ ନିମାପଡ଼ା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବିଭିନ୍ନ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଆସିଥିବା ବେଳେ ଅନଭିଜ୍ଞ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ହେଇଛି । ଗୋଟିଏ ପଟେ ସରକାର ବିନା ଟେଣ୍ଡରରେ କୌଣସି କାମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଅନ୍ୟପଟେ କିଭଳି ଭାବେ କୋଟି କୋଟି ଟଙ୍କାର କାର୍ଯ୍ୟ ଚିଠାରେ ·ଲିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରି ବିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ବେଳେ ମାର୍ଚ୍ଚ ୧୮ ତାରିଖରେ ଟେଣ୍ଡର ଖୋଲା ଯିବାର ଶେଷ ତାରିଖ ରହିଛି । ଯଦି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା କାର୍ଯ୍ୟ ନ ସରିଲା ତେବେ ଟଙ୍କା ଫେରସ୍ତ ଯିବ ବୋଲି ସୂଚନା ରହିଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି ମାର୍ଚ୍ଚ ୧୮ରେ ଟେଣ୍ଡର ଖୋଲା ଯାଏ ତେବେ ଠିକାଦାର ମାନେ କିଭଳି କାର୍ଯ୍ୟକରିବେ ତାହା ପ୍ରଶ୍ନ କରିଛନ୍ତି ମଣ୍ଡଳ ନିମାପଡ଼ା ଏନେସିର ସଭାପତି ।
ଗୋଟିଏ ପଟେ ଟେଣ୍ଡର ପରେ ଠିକାଦାର ମାନେ କାର୍ଯ୍ୟ କରିବେ ବୋଲି ବିଭାଗୀୟ ଅଧିକାରୀ ମାନେ କହୁଥିବା ବେଳେ ଅନ୍ୟପଟେ କୋଟି କୋଟି ଟଙ୍କାର କାର୍ଯ୍ୟ ବିନା ଟେଣ୍ଡରରେ ଅନାମଧେୟ ଠିକାଦାରମାନେ କରିଥିବା ଅଭିଯୋଗ ହୋଇଛି । ଏହାର ଭିଜିଲାନ୍ସ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଦୁର୍ନୀତି ଲୋକଲୋଚନକୁ ଆସିବା ସହିତ ଏଥିପ୍ରତି ବିଭାଗୀୟ ସଚିବ, ମନ୍ତ୍ରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ବ୍ୟାପକ ଦୁର୍ନୀତି ସଂକ୍ରାନ୍ତରେ ଖବର ଆମ ପ୍ରତିନିଧି ସଂଗ୍ରହ କରିବା ପରେ ବିଭାଗୀୟ ଅଧିକାରୀ ତରବରିଆ ଭାବରେ ଚିଠା କାମକୁ ବାତିଲ କରିଥିବା ଜଣାପଡ଼ିଛି ।

Related posts

ୟେଲୋ ଜୋନରେ ଓଡ଼ିଶା ; ଦୁର୍ବଳ ପଡ଼ିଛି ମୌସୁମୀ

mahabharatanews

ବଗି ଛାଡ଼ି ୨ କିମି ପଳାଇଲା ଇଞ୍ଜିନ୍

mahabharatanews

ଭୋଡାଫୋନ୍-ଆଇଡିଆର ନୁତନ ନାମ: ‘ଭିଆଇ’

mahabharatanews

Leave a Comment