Uncategorized

ବିବାଦରେ ମାହିରା ଶର୍ମା, ଇନଷ୍ଟାରେ ଶେଆର କଲେ ଜାଲ ପ୍ରମାଣ ପତ୍ର

(ମହାଭାରତ): ବିଗ ବସ୍-୧୩ ପ୍ରତିଯୋଗୀ ମାହିରା ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ମାହିରା ଜାଲ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟଭାଲ ପ୍ରମାଣପତ୍ର ଶେଆର କରିଥିବା ଅଭିଯୋଗ ହୋଇଛି ।

ଫେବୃୟାରୀ ୨୦ରେ ମାହିରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟୋରିରେ ଏକ ଫଟୋ ଶେଆର କରିଥିଲେ । ଏହି ଫଟୋଟି ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ପ୍ରମାଣପତ୍ର ଥିଲା । ଫଟୋ ଶେଆର କରି ସେ ଲେଖିଥିଲେ-ବିଗ୍ ବସ୍-୧୩ର ସବୁଠାରୁ ଫ୍ୟାଶନେବଲ ପ୍ରତିଯୋଗୀ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି । ମାହିରାଙ୍କ ଏଭଳି ପୋଷ୍ଟର ପରେ ଡିପିଆଇଏଫଏଫ ଏନେଇ ସ୍ପଷ୍ଟୀକରଣ ଦେଇଥିଲା ।

ଡିପିଆଇଏଫଏଫ ପକ୍ଷରୁ କୁହାଯାଇଥିଲା , ମାହିରା ଯେଉଁ ପ୍ରମାଣପତ୍ର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି ସେଇଟା ମିଛ । ଏଭଳି କରି ସେ ଡିପିଆଇଏଫଏଫର ସମ୍ମାନହାନି କରିଛନ୍ତି । ତୁରନ୍ତ ସେ ଏଭଳି ମିଛ ଖବରକୁ ନିଜର ସୋସିଆଲ ମିଡିଆ ସାଇଟରୁ ହଟାନ୍ତୁ । ଯଦି ସେ ଏପରି ନକରନ୍ତି,ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯାହାର ଉତ୍ତରରେ ମାହିରା କହିଛନ୍ତି, ଚଳିତ ବର୍ଷ ଦାଦା ସାହେବ ଫାଲକେ ଆୱାର୍ଡରେ ମତେ ବିଗ୍ ବସ୍-୧୩ର ସବୁଠାରୁ ଫ୍ୟାଶନେବଲ ପ୍ରତିଯୋଗୀତା ଭାବେ ସମ୍ମାନିତ କରାଯାଇଛି । କିନ୍ତୁ ଷ୍ଟେଜରେ ଟିକେ ରେସ ଥିଲା ଯେଉଁଥି ପାଇଁ ମତେ ଷ୍ଟେଜ୍ ଉପରକୁ ଡକାଗଲାନି । ଟିମ୍ ଲୋକ ମୋ ମ୍ୟାନେଜରଙ୍କୁ ଏହି ଆୱାର୍ଡ ଧରେଇଦେଲେ । ପରେ ମୁଁ ଏହି ଆୱାର୍ଡର ଫଟୋ ସୋସିଆଲ ମିଡିଆରେ ଶେଆର କଲି । ଏହି ଆୱାର୍ଡ ମିଛ ନୁହେଁ,ମୋ ପାଖରେ ମେଲ୍ ଏବଂ ମେଲ୍ରେ କଥାବର୍ତ୍ତାର ସମସ୍ତ ପ୍ରମାଣ ରହିଛି ।

Related posts

ସପ୍ତାହକ ମଧ୍ୟରେ ପୁଣି ଆରମ୍ଭ ହୋଇପାରେ ବିମାନ ସେବା

mahabharatanews

୨୨ରେ ମିଳିବନି ଫାଶୀ ଗୃହ ମନ୍ତ୍ରଣାଳୟରେ ମୁକେଶର ଦୟା ଯାଚିକା

mahabharatanews

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews