(ମହାଭାରତ, ଖୋର୍ଦ୍ଧା): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଦାବିପତ୍ର ଦିଆଯାଇଛି । ପାଞ୍ଚ ପ୍ରତିଶତ ମହଙ୍ଗା ଭତ୍ତା ୨୦୨୦ ଜାନୁଆରୀ ପରିବର୍ତ୍ତେ ୨୦୧୯ ଜୁଲାଇ ପହିଲାରୁ ଲାଗୁ କରାଯାଉ । ଅନୁଦାନରୁ ବାଦ୍ ପଡ଼ିଥିବା ସମସ୍ତ ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କରାଯାଉ ।ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ସପ୍ତମ ବେତନ, ଚାକିରୀ ସର୍ତାବଳୀ ଓ ଅବସରକାଳୀନ ସୁବିଧା ତୁରନ୍ତ ପ୍ରଦାନ କରିବା,୪୮ବର୍ଷ ବୟସରେ ପଦାର୍ପଣ କରିଥିବା ଓ ସ୍ନାତକୋତର ଡ଼ିଗ୍ରୀ ଧାରି ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କୁ ଟିଜିଟି ସ୍କେଲ ପ୍ରଦାନ କରିବା, ସପ୍ତମ ବେତନ ହାରରେ ଘରଭଡ଼ା ତୁରନ୍ତ ନିର୍ଦ୍ଧାରଣ କରିବା, ଅବସର ବୟସ ସୀମାକୁ ୬୨ବର୍ଷକୁ ବୃଦ୍ଧି କରିବା ଆଦି ଅନ୍ୟାନ୍ୟ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯାଇଛି । ଏହି ଦାବି ଗୁଡିକର ପୂରଣ ନିମନ୍ତେ ସରକାରଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସମାଧାନ ହେଉନାହିଁ । ଏଣୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡ଼ୁଥିବାର ଓଷ୍ଟା ଖୋର୍ଦ୍ଧା ଜିଲ୍ଳା ସମ୍ପାଦକ ସୁଧାକର ମହାପାତ୍ର ପ୍ରକାଶ କରିଛନ୍ତି ।
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖୋର୍ଦ୍ଧା ଜିଲ୍ଳା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୀତାଂଶୁ କୁମାର ରାଉତଙ୍କ ଜରିଆରେ ଏକ ‘ସ୍ମାରକପତ୍ର’ ପ୍ରଦାନ କରାଯାଇଥିଲା । ୫% ମହଙ୍ଗା ଭତା ୨୦୨୦ ଜାନୁୟାରୀ ପରିବର୍ତେ ୨୦୧୯ ଜୁଲାଇ ପହିଲା ତାରିଖରୁ ଲାଗୁ କରାଯାଉ । ଅନୁଦାନରୁ ବାଦ୍ ପଡ଼ିଥିବା ସମସ୍ତ ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କରାଯାଉ । ସପ୍ତମ ବେତନ ପ୍ରଦାନରୁ ବାକିଥିବା ୫୦% ବକେୟା ତୁରନ୍ତ ପ୍ରଦାନ କରିବା, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସପ୍ତମ ବେତନ ୦୧.୧୦.୨୦୧୭ ପରିବର୍ତେ ୦୧.୦୧.୨୦୧୬ ରୁ ଲାଗୁ କରିବା ଏବଂ ସେହି ବର୍ଗର ସ୍କୁଲଗୁଡ଼ିକର ସରକାରୀକରଣ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ସପ୍ତମ ବେତନ, ଚାକିରୀ ସର୍ତାବଳୀ ଓ ଅବସରକାଳୀନ ସୁବିଧା ତୁରନ୍ତ ପ୍ରଦାନ କରିବା,୪୮ବର୍ଷ ବୟସରେ ପଦାର୍ପଣ କରିଥିବା ଓ ସ୍ନାତକୋତର ଡ଼ିଗ୍ରୀ ଧାରି ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କୁ ଟିଜିଟି ସ୍କେଲ ପ୍ରଦାନ କରିବା , ୨ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ଓ ୩୭ + ୪୬ ବିଦ୍ୟାଳୟ ଆକ୍ରିଡ଼େସନ୍ କରି ୦୧.୦୧.୦୪ ରୁ ବରିଷ୍ଠତା ପ୍ରଦାନ କରିବା,ସବୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଖାଲିଥିବା ସହକାରୀ ଶିକ୍ଷକ ନିଯୁ୍କ୍ତି କରିବା ,ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କୁ ୧:୧ ଆଧାରରେ ଆର.ଏ.ସି.ପି. ପ୍ରଦାନ କରିବା, ସପ୍ତମ ବେତନ ହାରରେ ଘରଭଡ଼ା ତୁରନ୍ତ ନିର୍ଦ୍ଧାରଣ କରିବା, ଅବସର ବୟସ ସୀମାକୁ ୬୨ବର୍ଷକୁ ବୃଦ୍ଧି କରିବା ଆଦି ଦାବିଗୁଡ଼ିକ ସରକାରଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସମାଧାନ ହେଉନାହିଁ । ଏଣୁ ବାଧ୍ୟ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡ଼ୁଥିବାର ଓଷ୍ଟା ଖୋର୍ଦ୍ଧା ଜିଲ୍ଳା ସମ୍ପାଦକ ସୁଧାକର ମହାପାତ୍ର ପ୍ରକାଶ କରିଛନ୍ତି । ଏହି ଉଦ୍ଦେଶ୍ୟରେ ସମ୍ପାଦକ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ସହ ସମ୍ପାଦକ ରମାକାନ୍ତ ମହାପାତ୍ର ବେଗୁନିଆ ବ୍ଲକ ସମ୍ପାଦକ ରତିକାନ୍ତ କହଲସିଂହ, ଜଟଣୀ ବ୍ଲକ କାର୍ଯ୍ୟକାରୀ କମିଟି ସଭ୍ୟା ସାବିତ୍ରୀ ମିଶ୍ର ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସୀତାଂଶୁ କୁମାର ରାଉତଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।