ଓଡିଶା

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

(ମହାଭାରତ, ରାଉରକେଲା): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ପୂଜା ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଫଳରେ ଏଥିରେ ଅଣନିଃଶ୍ୱାସୀ ହୋଇ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଅଜୟ ସମଦ ଏବଂ ଫ୍ରାନସିସ କେର୍କଟା । ସୂଚନା ଅନୁଯାୟୀ, ଗତ ସୋମବାର ଉଭୟେ କାରଖାନାର ଫରନେସ ସଫା କଲା ବେଳେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ଶ୍ରମିକ ଦ୍ୱୟ ଅଣନିଃଶ୍ୱାସୀ ହୋଇ ସଜ୍ଞାହୀନ ହୋଇଯାଇଥିଲେ । ଉଭୟଙ୍କୁ ରାତି ପ୍ରାୟ ସାଢେ ୯ଟା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ କାରଖାନା ପରିସରରେ ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତା’ ପରଦିନ ସକାଳେ ମଧ୍ୟ କାରଖାନା ସମ୍ମୁଖରେ ଶ୍ରମିକ ଓ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଏଥିସହ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related posts

ଲକଡାଉନକୁ ଫୁ କରି ହେଉଛି ଜନଗହଳି

mahabharatanews

କାର-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

mahabharatanews

ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ମାଲକାନଗିରି ଜିଲ୍ଲାପାଳ ଅଡୁଆରେ

mahabharatanews

Leave a Comment