ମିଲୱାକିି: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ମିଲୱାକି ଠାରେ ଥିବା ବିୟର୍ କାରଖାନା “ମଲ୍ସନ୍ କୁଉର୍ସ ବିଭରେଜ୍ କୋ ର ରନ୍ଧନଶାଳା ପରିସରରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇ ୫ଜଣ କର୍ମ·ରୀଙ୍କୁ ହତ୍ୟା କରିବା ସହ ଆତ୍ମହତ୍ୟା କରିଛି । ରାତି ପ୍ରାୟ ୨ଟା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ଓ୍ିସ୍କନ୍ସିନ୍ର ସବୁଠୁ ବଡ଼ ସହର ମିଲ୍ୱାକି ଠାରେ ୨୦ରୁ ଅଧିକ କୋଠାବାଡ଼ି ଥିବା ଏହି ବିୟର୍ କାରଖାନାରେ ପ୍ରାୟ ୧୦୦୦ ଜଣ କର୍ମ·ରୀ କାମ କରନ୍ତି । କିନ୍ତୁ, ଏହି ଗୁଳିକାଣ୍ଡରେ ଅନ୍ୟ କେହି ଆହତ ହୋଇ ନ ଥିବା କଥା ପୁଲିସ ମୁଖ୍ୟ କହିଛନ୍ତି । ଘଟଣା ସଂକ୍ରାନ୍ତରେ ରାତି ତମାମ ତଦନ୍ତ ·ଲିଥିବା କଥା ପୁଲିସ ମୁଖ୍ୟ ଆଲ୍ଫନ୍ସୋ ମୋରାଲ୍ସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସନ୍ଦିଗ୍ଧ ବନ୍ଧୁକଧାରୀ ଜଣକ ହେଉଛନ୍ତି ଜଣେ ୫୧ ବର୍ଷୀୟ ମିଲ୍ୱାକି ବାସିନ୍ଦା । କେଉଁ କାରଣ ଏବଂ କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଲା ତାହା ପୁଲିସ କହିନାହିଁ । ଆଜି ହ୍ାଇଟ୍ ହାଉସ୍ରେ ରାଷ୍ଟ୍ରପତି ଟ୍ରମ୍ପ୍ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା । ରାଷ୍ଟ୍ରପତି ଟ୍ରମ୍ପ୍ ସେ ବନ୍ଧୁକଧାରୀଙ୍କୁ ଜଣେ ଦୁଷ୍ଟ ନରହନ୍ତା ବୋଲି କହିବା ସହ ଗୁଳିକାଣ୍ଡକୁ ଏକ ଭୟାବହ ଘଟଣା ବୋଲି କହିଛନ୍ତି ।
previous post