ପ୍ରିଟୋରିଆ: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନ ଫାସୋରେ ଏକ ଆତଙ୍କବାଦୀ ଆକ୍ରମଣରେ୩୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ମଙ୍ଗଳବାର ସୋମ ପ୍ରଦେଶର ଏକ ସାମରିକ ଘାଟି ଏବଂ ଅରବିନ୍ଦା ସହରରେ ଏହି ଅ ।କ୍ରମଣ ଘଟିଛି । ବିଗତ ୫ ବର୍ଷରେ ଏହା ଦେଶର ସବୁଠାରୁ ବଡ଼ ଅ ।କ୍ରମଣ ବୋଲି କୁହାଯାଇଛି । ଅନ୍ୟପଟେ ଯବାନଙ୍କ ପ୍ରତି ଆକ୍ରମଣରେ ୮୦ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ସହିତ ୭ ଯବାନ ସହିଦ ହୋଇଛନ୍ତି ।
ସୂଚନା ଅନୁସାରେ, ମାଳି ଏବଂ ନାଇଜର ଦେଶ ସୀମାକୁ ଲାଗିଥିବା ବୁର୍କିନ ଫାସୋରେ ନିୟମିତ ଭାବେ ଜିହାଦୀମାନେ ଅ ।କ୍ରମଣ କରିଥାନ୍ତି । ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାରରୁ ଊଦ୍ଧ୍ୱର୍ ନାଗରିକଙ୍କ ମୃତ୍ୟୁ ଘଟିଲାଣି । ଗତ ମଙ୍ଗଳବାର ମଧ୍ୟ ବହୁ ସଂଖ୍ୟାରେ ଅ ।ତଙ୍କବାଦୀମାନେ ସୋମ ପ୍ରଦେଶରେ ଥିବା ସାମରିକ ଘାଟି ଏବଂ ଅରବିନ୍ଦା ସହରରେ ପର୍ଯ୍ୟାୟକ୍ରମେ ଅ ।କ୍ରମଣ କରିଥିଲେ । ଅ ।ତଙ୍କବାଦୀମାନେ ମୋଟର ସାଇକେଲରେ ସହରରେ ପ୍ରବେଶ କରି ଲୋକଙ୍କୁ ଗୁଳି କରିଥିଲେ । ଏଥିରେ ୩୫ ନାଗରିକଙ୍କ ମୃତ୍ୟୁ ଘଟିଥିଲା ବୋଲି ରାଷ୍ଟ୍ରପତି ରୋଚ୍ ମାର୍କ କ୍ରିଷ୍ଟିଅ ।ନ କାବୋର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଦେଶରେ ୪୮ ଘଣ୍ଟିଅ । ଶୋକ ପାଳନ ପାଇଁ ରାଷ୍ଟ୍ରପତି ଘୋଷଣା କରିଛନ୍ତି ।