ଜଳେଶ୍ୱର: ମାନବ ସେବା ହିଁ ମାଧବ ସେବା । ଏହି ଭାବଧାରାକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ ପକ୍ଷରୁ ଶୀତବସ୍ତ୍ର ବାଣ୍ଟନ କରାଯାଇ ସେମାନଙ୍କ ଦୁଃଖ ଲାଘବ କରିବା ସହିତ, ମାନବିକତାର ପରିଚୟ ଦିଆଯାଇଛି ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନସ୍ଥ ସଦାନନ୍ଦ ପୁର ପଞ୍ଚାୟତରେ ଦୀର୍ଘଦିନ ଧରି ଏକ ସାଇ ବୃଦ୍ଧାଶ୍ରମରେ ୧୫ ରୁ ୨୦ ଜଣ ବୃଦ୍ଧ ବୃଦ୍ଧା ରହି ଅ ।ସୁଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ଆଶ୍ରମ କୌଣସି ସରକାରୀ ସହାୟତା ପାଇଁ ପାରି ନାହିଁ । କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଅନୁଷ୍ଠାନ ଅ ।ଗେଇ ·ଲିଥିବା ବେଳେ ,ପ୍ରବଳ ଶୀତ ରେ ବୃଦ୍ଧ ଓ ବୃଦ୍ଧାମାନଙ୍କ ଅବସ୍ଥାକୁ ଲକ୍ଷ୍ୟ କରି ଯୁବ କଂଗ୍ରେସ ପକ୍ଷରୁ ପ୍ରତ୍ୟେକଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଯୁବ ସଭାପତି ସୁଧାଂଶୁ ଜେନାଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ରବିନାରାୟଣ ଘୋଷ, ପୂର୍ବତନ ସମିତି ସଦସ୍ୟ ଜୟନ୍ତ ମହାପାତ୍ର , ଅରୁପ ପାତ୍ର ପ୍ରମୁଖ ଯୋଗ ଦେଇ ଶୀତବସ୍ତ୍ର ପ୍ରଦାନ ସହିତ ଅ ।ଶ୍ରମ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ଅ ।ଗାମୀ ଦିନରେ ସରକାର ଏଭଳି ଅ ।ଶ୍ରଚୁ ସରକାରୀ ସହାୟତା ଦେବାକୁ ଦାବି କରିଥିଲେ । ତେବେ ଏନେଇ ଜିଲ୍ଲା ମଙ୍ଗଳଅଧିକାରୀଙ୍କ କୌଣସି ପ୍ରିତିକ୍ରିୟା ମିଳି ପାରି ନାହିଁ ।