(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଣ୍ଟାମାଳ ରାସ୍ତାର ଖଟଖଟିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଇକ ଆରୋହୀ ଜଣକ ବୁଟୁମୁଣ୍ଡା ଗାଁର କୈଳାସ ଲୁହା ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଆରୋହୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁଁ ପଠାଇଛି । କଣ୍ଟାମାଳ ପୋଲିସ ଡ୍ରାଇଭରକୁ ଅଟକ ରଖିବା ସହ ବୋଲେରୋକୁ ଜବତ କରିଛି । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କଣ୍ଟାମାଳ ପୋଲିସ ଧକ୍କା ଦେଇଥିବା ବୋଲେରୋ ଡ୍ରାଇଭରକୁ ଜବତ କରିବା ସହ ଗାଡି ଡ୍ରାଇଭରକୁ ଅଟକ ରଖିଛି ।