ଅପରାଧ

ଭଡା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

(ମହାଭାରତ, ଜୟପାଟଣା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଅଞ୍ଚଳରେ ଏକ ଅଘଟଣ ଘଟିଛି । ଏଠାରେ ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କାରଣ ଅସ୍ପଷ୍ଟ ରହିଛି । ଶନିବାର ଅପରାହ୍ନରେ ଏହି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କ ଜଣକ ୧୯ ବର୍ଷିୟ ରାହୁଲ ବିଶ୍ୱାସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ଏହି ଗାଁର ଉଜ୍ଜଳ ବିଶ୍ୱାସଙ୍କ ସମ୍ପର୍କୀୟ । ତେବେ ଉଜ୍ଜ୍ୱଳ ନିଜ ପରିବାର ସହ ୫ ବର୍ଷ ଧରି ବର୍ଲାକୋଟର ଏକ ଭଡା ଘରେ ରହୁଥିଲେ । ସେ ୫ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ଉକ୍ତ ଯୁବକ ଜଣକ ତାଙ୍କ ଘରେ ଦୀର୍ଘ ୨ ବର୍ଷ ଧରି ରହି ଆସୁଥିଲେ । ଶନିବାର ଅପରାହ୍ନରେ ଘରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖାଯାଇଥିଲା । ପ୍ରେମ ପାଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇଛି । ସାଇଣ୍ଟିଫିକ ଟିମ୍ ଅଧିକ ତଥ୍ୟ ହାସଲ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁର ରହସ୍ୟ ସାମନାକୁ ଆସିବ ବୋଲି ପୋଲିସ କହିଛି ।

Related posts

 ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ: ଉଦିତନଗର ଏସଆଇ ନିଲମ୍ବିତ

mahabharatanews

ରମାଦେବୀ ଛାତ୍ରୀଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

mahabharatanews

ଶ୍ୱଶୁର ଜ୍ୱାଇଁ ପରସ୍ପରକୁ ଛୁରାମାଡ

mahabharatanews

Leave a Comment