(ମହାଭାରତ): ଅନେକ ଯୁବତୀ ଲମ୍ବା ନଖ ରଖିବାକୁ ସଉକ ରଖନ୍ତି । କିନ୍ତୁ ଏପରି ଲମ୍ବା ନଖର ଦାୟିତ୍ୱ ନେବା ବହୁତ କଷ୍ଟକର । ଆପଣ ଅନେକ ଥର କୌଣଣସି ପାର୍ଟି େହେଉ କିମ୍ବା ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନଖକୁ ବଢାଇଥିବା ବେଳେ କୌଣସି କାରଣ ଯୋଗୁଁ ଏହା ଭାଙ୍ଗିଯାଇଥାଏ । ଏହାକୁ ଦେଖି ହୁଏତ ଆପଣଙ୍କ ମନ ବି ଦୁଃଖ ହୋଇପାରେ । ଯଦି ଆପଣ ଭାଙ୍ଗିଥିବା ନଖକୁ ପୁଣିଥରେ ଫିକ୍ସ କରିବାକୁ ଚାହୁଛନ୍ତି,ତେବେ ଆମେ ଆପଣଙ୍କୁ ଆଜି କିଛି ଉପାୟ ଜଣାଇବୁ,ଯାହା ଦ୍ୱାରା ଆପଣ ଏହାକୁ ଫିକ୍ସ କରିପାରିବେ …
ଯଦି ଆପଣଙ୍କ ନଖ ଭାଙ୍ଗି ଯାଇଛି, ତେବେ ପ୍ରଥମେ ଆପଣ ଭାଙ୍ଗିଥିବା ନଖରୁ ଲଗାଇଥିବା ନେଲପଲିସ ଛଡାଇଦିଅନ୍ତୁ ।
ଏବେ ନଖକୁ ଭଲ ଭାବେ ପାଣିରେ ଧୋଇ ପୋଛିଦିଅନ୍ତୁ । ଯଦି ନଖ ସ୍କିନ ସହିତ ଲାଗିଥାଏ ତେବେ ଡେଟଲ ପାଣିରେ ଫୋଚିଦିଅନ୍ତୁ । ଏବେ ଭାଙ୍ଗିଥିବା ନଖରେ ଟ୍ରାନ୍ସପରଣ୍ଟେ ଜେଲ ନେଲପେଣ୍ଟର ଏକ କୋଟ୍ ଲଗାନ୍ତୁ । ଏବେ ଏହା ଶୁଖିବା ଆଗରୁ ହାଲକା ହାତରେ ସଠିକ ଭାବେ ଭାଙ୍ଗିଥିବା ଜାଗାରେ ଫିକ୍ସ କରିଦିଅନ୍ତୁ ।
ଏବେ ଏକ ସଲ୍କି ର୍ୟାପ ନେଇ ତାଙ୍କ ନିଜ ନଖ ଆକାରର ସେପ୍ ଦେଇ କାଟନ୍ତୁ । ସିଲ୍କ ର୍ୟାପ ନôତଲେ ଟି ବ୍ୟାଗ୍ ନେଇ ତାକୁ ଖାଲି କରି ତା’ର କଭରକୁ ବ୍ୟବହାର କରିପାରିବେ । ଏବେ ଏହାକୁ ଆପଣ ନେଲପେଣ୍ଟ କୋଟ୍ ଦେଇ ଲଗାଇଦିଅନ୍ତୁ । ଏହା ଭଲଭାବେ ଲାଗି ସରିବାର ପରେ ନଖକୁ ଫାଇଲର ସାହାଯ୍ୟରେ ଭଲଭାବେ ସେପ୍ ଦେଇଦିଅନ୍ତୁ । ତା’ପରେ ନେଲପଲିସ ଲଗାଇଦିଅନ୍ତୁ ।
previous post
next post