Uncategorized

ଭାରତୀୟ ସେନାଙ୍କ ଦ୍ୱାରା ୨ ପାକ୍ ସୈନିକ ନିହତ

ଶ୍ରୀନଗର: ଉତ୍ତର କାଶ୍ମୀର ସୀମାନ୍ତ ବାରାମୁଳା ଜିଲାର ଉରି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନରେ ସହିଦ ହୋଇଥିବା ଯବାନଙ୍କୁ ଭାରତୀୟ ସେନା ନ୍ୟାୟ ଦେଇଛି ୨ ପାକ ସୈନିକଙ୍କୁ ମାରି । ଗୁରୁବାର ଭାରତୀୟ ସେନାର ପାଲଟା ଗୁଳିମାଡରେ ୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଏଥିସହ ପାକିସ୍ତାନର ୨/୩ଟି ସେନା ଶିବିର ଧ୍ୱଂସ ହୋଇଛି ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ସିଲିକୁଟ, ହଥଲଙ୍ଗା, ମୋଥଲ, ସୋୱରା, ବାଲାକୋଟ, ଚୁରଣ୍ଡା ଏବଂ ଏହାର ଅ ।ଖାପାଖ ଅଞ୍ଚଳରେ ପାକ୍ ସେନା ପକ୍ଷରୁ ପ୍ରବଳ ଗୁଳି ମାଡ଼ ହୋଇଥିଲା । ଏଥିରେ ଜଣେ ଜେସିଓ ଶହୀଦ ହେବା ସହିତ ଚୁରଣ୍ଡାରେ ନସିମା ନାମ୍ନୀ ୨୩ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନର ଏହି ଗୁଳିମାଡ଼କୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳରେ ଫଶି ରହିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ସକାଳେ ଭାରତୀୟ ଯବାନଙ୍କ ପକ୍ଷରୁ ଏହାର କଡ଼ା ଜବାବ ଦିଅ ।ଯାଇଥିଲା । ପାକ୍ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାତରୀ ଯବାନମାନେ ପ୍ରତିଅ ।କ୍ରମଣ କରିଥିଲେ । ଏଥିରେ ୨ ପାକ୍ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଥିଲା ।

Related posts

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews

ବିଧାୟଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କରିବୁ: ବିଏସ ରାଥୋଡ

mahabharatanews

ଲକଡାଉନର ୯ ମାସରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ: ୟୁନିସେଫ୍

mahabharatanews

Leave a Comment