ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ମାଝିଗୁଡା ପଞ୍ଚାୟତ କାତିପାଡୁ ଛକଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିପଡିଥିଲା । ଘଟଣାସ୍ଥଳରେ ଟ୍ରାକ୍ଟରରେ ଥିବା ବାପା ଜନାର୍ଦ୍ଦନ ଅର୍ଣ୍ଣାଲୁ (୪୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଦିଲେଶ୍ୱର ଅର୍ଣ୍ଣାଲୁ (୧୩) ଗୁରୁତର ହେବାରୁ ସ୍ଥାନୀୟ ଲୋକେ କଲ୍ୟାଣସିଂହପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦିଲେଶ୍ୱରକୁ ପ୍ରଥମେ ଶିକରପାଇ ମେଡିକାଲରେ ଭର୍ତ୍ତିି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନାଅନୁଯାୟୀ, ଆଜି ସଂକ୍ରାନ୍ତି ଥିବାରୁ ବୁଡାଗୁଡାରେ ଥିବା ନିଜ ଟ୍ରାକ୍ ଟର ଧରି ନିଜ ଗାଁ ଜିଲୁଣ୍ଡାକୁ ଟ୍ରାକ୍ଟରଇଞ୍ଜିନ ଧରି ଜନାର୍ଦ୍ଦନ ଓ ପୁଅ ଦିଲେଶ୍ୱର ଯାଇଥିଲେ । କାତିପାଡୁ ଛକଠାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଉଭୟ ବାପ ପୁଅ ତଳେ ପଡିଯାଇଥିଲେ ଓ ସେମାନଙ୍କ ଉପରେଇଞ୍ଜିନ ଲଦିହୋଇପଡିଥିଲା । ଘଟଣା ସ୍ଥଳରେ ଜନାର୍ଦ୍ଦନଙ୍କର ମୃତ ହୋଇଥିବା ବେଳେ ଦଲେଶ୍ୱର ଗୁରୁତର ଆହତ ହୋଇପଡିଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ୧୦୮, ୧୦୨ ଅ ।ମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଆମ୍ବୁଲାନ୍ସ ସମୟରେ ପହଞ୍ôଚ ପାରି ନ ଥିଲା । ଫଳରେ ପୁଲିସ ସହାୟତାରେ ପୁଅକୁ ଡାକ୍ତର ଖାନା ନିଆଯାଇଥିଲା । କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା । ସରକାର ଲୋକଙ୍କୁ ଦୁର୍ଘଟଣା ଓ ଜରୁରୀ କାଳୀନ ସେବା ଯୋଗାଇବାକୁ ଆମ୍ବୁଲାନ୍ସ ଯୋଗାଇ ଦେଇଥିବା ବେଳେ ଉପାନ୍ତ ଇଲାକାରେ ଆମ୍ବୁଲାନ୍ସ ଲୋକଙ୍କ କାମରେ ଆସୁନାହିଁ । ଫଳରେ ଏମିତି ଅନେକ ଲୋକ ସମୟରେ ଆମ୍ବୁଲାନ୍ସ ସେବା ପାଇ ନ ପାରି ଶେଷ ନିଶ୍ୱାସ ଛାଡୁଥିବା ସାଧାରଣରେ ମତ ପ୍ରକାଶ ପାଉଛି ।