ଓଡିଶା

ଭାଲୁ ଆକ୍ରମଣରେ ଚାଷୀ ମୃତ

(ମହାଭାରତ, ଭବାନୀପାଟଣା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ସେ ସେହି ଗାଁର ଲୋଚନ ମାଝୀ ବୋଲି ଜଣାପଡିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ଚାଷୀ ଜଣକ ନିଜ ଚାଷ ଜମି ଆଡେ ଯାଇଥିଲେ । ଏହି ସମୟରେ ସେ ଏଠାରେ ପୂର୍ବରୁ ଲୁଚି ରହିଥିବା ଭାଲୁ ହାବୁଡରେ ପଡି ଯାଇଥିଲେ । ଭାଲୁ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ପୂର୍ବରୁ ଏହି ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣ କରୁଥିବା ଘଟଣା ଦେଖିବାକୁ ମିଳିଛି ।

Related posts

ଟ୍ରେନ ଲାଇନରେ ଶରୀର ଦୁଇ ଖଣ୍ଡ

mahabharatanews

ଅଜଣା ଗାଡି ଧକ୍କାରେ ଚାଷୀ ଗୁରୁତର

mahabharatanews

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

mahabharatanews

Leave a Comment