Uncategorized

ଭାଲେଣ୍ଟାଇନ ଡେ’କୁ ବିରୋଧ କରିବନି ବଜରଙ୍ଗି ଦଳ

ମହାଭାରତ: ଚାଲିଛି ପ୍ରେମର ଦିବସ । ଫେବ୍ରୃଆରୀ ମାସର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥାଏ ପ୍ରେସ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ବିଶେଷ କରି ଯୁବପିଢି ବା ପ୍ରେମୀ ଯୁଗଳ ମାନେ ଏହି ଦିନ୍ ଟିକୁ ସ୍ମରଣୀୟ କରିବାକୁ ଚାହଁଥାନ୍ତି । ପ୍ରେମିକ ଓ ପ୍ରେମିକା ମାନେ ଏହି ଦିନ ଟିକୁ ଖାସ କରିବା ପାଇଁ ଯୋଜନା କରୁଥିବା ବେଳେ ଅନ୍ୟ ପଟେ ଏହି ଦିନଟିକୁ ନେଇ ଉଠେ ବିରୋଧର ସ୍ୱର । ପ୍ରେମୀ ଯଗୁଳ ଙ୍କ ମଧ୍ୟ ଏନେଇ ମନରେ ଟିକେ ଭୟ ମଧ୍ୟ ରହିଥାଏ । ହେଲେ ଏଥରକ ପ୍ରେମୀ ଯୁଗଳ ମାନେ ବିନା ଭୟରେ ପାଳନ କରିବେ ଭାଲେଣ୍ଟାଇନ ଡ଼େ । କାରଣ ଏହାକୁ ବିରୋଧ କରୁଥିବା ବଜରଙ୍ଗୀ ଦଳ ଚଳିତ ବର୍ଷ ପ୍ରେମୀ ଯୁଗଳଙ୍କୁ ବିରୋଧ କରିବନି । ଏ ନେଇ ଦଳ କ୍ଷରୁ ଘୋଷଣା କରାଯାଇଛି । ଏହି ଖବର ଶୁଣି ପ୍ରେମୀ ଯୁଗଳ ବେଶ ଆଶ୍ୱସ୍ତି ଲାଭ କରିଛନ୍ତି । କାରଣ ଚଳିତ ବର୍ଷ ସେମାନଙ୍କୁ ପାର୍କରେ , ସପିଙ୍ଗ ମଲ ଏପରିକି ଜନଗହଳି ପୂର୍ଣ୍ଣ ରାସ୍ତାରେ ହଇରାଣ କରିବାକୁ ଆଉ ବଜରଙ୍ଗୀ ଦଳ ନଥିବ । ‘ଳରେ ସେମାନେ ଚଳିତ ବର୍ଷର ଭାଲେଣ୍ଟାଇନ ଡ଼େ କୁ ବେଶ ଧୁମ ଧାମରେ ପାଳନ କରିବାକୁ ଯୋଜନା ମଧ୍ୟ କଲେଣି ଯୁବପିଢି ।
ବଜରଙ୍ଗୀ ଦଳ ପକ୍ଷରୁ କୁହାଯାଇଛି, ସଂଗଠନ କୌଣସି ଧର୍ମ ବା ଧର୍ମୀୟ ଭାବନାକୁ ବିରୋଧ କରେନାହିଁ । ମାତ୍ର ପାଶ୍ଚାତ୍ୟ ଚାକଚକ୍ୟରେ ଅନ୍ଧ ହୋଇ ଭାରତୀୟ ସଂସ୍କୃତିକୁ ନଷ୍ଟ କରି ଦେଉଛି । ଭାଲେଣ୍ଟାଇନ ଡେ ନାମରେ ନଗ୍ନତା, ଅପସଂସ୍କୃତିକୁ ଦଳ ବିରୋଧ କରୁଛି । କିନ୍ତୁ ଏହାକୁ ଲୋକେ ଭାବୁଛନ୍ତି, ଦଳ ପ୍ରେମ ଓ ପ୍ରେମିକଙ୍କ ବିରୋଧୀ । ପ୍ରେମକୁ ବିରୋଧ ନାମରେ ବଜରଙ୍ଗଦଳ ଗୁଣ୍ଡାରାଜ ଚଳାଇଛି । ତେଣୁ ଚଳିତ ଭାଲେଣ୍ଟାଇନ ଡେରେ ଆମେ କୌଣସି ବିରୋଧ କରିବୁ ନାହିଁ ବୋଲି ଘୋଷଣା କରାଯାଇଛି ।

Related posts

ସେନାଙ୍କ ଗାଡି ଦୁର୍ଘଟଣା, ୨ ଯବାନ ମୃତ

mahabharatanews

ଜୟଶଙ୍କରଙ୍କୁ ଥରୁରଙ୍କ ପତ୍ର

mahabharatanews

ସାଧ୍ୱୀ ପ୍ରଜ୍ଞାଙ୍କ ଅଭିଯୋଗର ଜବାବ ଦେଲା ସ୍ପାଇସ ଜେଟ୍

mahabharatanews

Leave a Comment