ଓଡିଶା

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ୧୨ଟି ପୃଥକ ସ୍ଥାନରେ ଚଢାଉ

(ମହାଭାରତ, ବ୍ରହ୍ମପୁର): ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ ପଡିଛନ୍ତି । ବ୍ରହ୍ମପୁର ରୋଡ ଆଣ୍ଡ ବିଲ୍ଡିଂ ସର୍କଲ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଛି । ଅଧୀକ୍ଷଣ ଯନ୍ତ୍ରୀଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢାଉ ଜାରି ରହିଛି । ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ୱାରେଣ୍ଟ ଜାରି କରିଥିଲେ । ଏହାକୁ ଆଧାର କରି ୧୨ଟି ଟିମ୍ ଆଜି ଭିନ୍ନ ଭିନ୍ନ ଜାଗାରେ ଚଢାଉ କରିଛନ୍ତି । ଅଧୀକ୍ଷଣ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ସକାଳେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଗଞ୍ଜା ଠାରେ ଥିବା ଘର ଓ ମାର୍କେଟ କମ୍ପେ୍ଲକ୍ସ, ଗଞ୍ଜାମରେ ଥିବା ପୈତୃକ ଘର ବ୍ରହ୍ମପୁରରେ ଥିବା ସରକାରୀ କାର୍ଯ୍ୟାଳୟ, ଖଲ୍ଲିକୋଟରେ ଥିବା ଫାର୍ମ ହାଉସ, ହିଲପାଟଣାରେ ଥିବା କୋଠାଘର ଓ ସପିଂ କମ୍ପେ୍ଲକ୍ସ, ଆମ୍ବପୁଆ ଓ ପଙ୍କଲାପାଲି ଠାରେ ନିର୍ମାଣାଧୀନ ଘର ଏହିପରି ୧୨ଟି ପୃଥକ ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଚଢାଉ ଚାଲିଥିବାରୁ ତାଙ୍କର ସମୁଦାୟ ଆୟ ବର୍ହିଭୂତ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ନାହିଁ । ଚଢାଉକୁ ନେଇ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ପ୍ରତିକ୍ରିୟା ନିଆଯିବାରୁ, ସରକାରୀ ନିୟମ ଅନୁଯାୟୀ ତାଙ୍କର ସମ୍ପତ୍ତି ରହିଛି । ଆୟ ବର୍ହିର୍ଭୁତ କୌଣସି ଅତିରିକ୍ତ ସମ୍ପତ୍ତି ନାହିଁ । ସେ ଭିଜିଲାନ୍ସକୁ ଚଢାଉରେ ସମ୍ପୁର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ।

Related posts

ଧାନ କିଣାରେ ମିଡିଲ ମ୍ୟାନଙ୍କ ରୋଲ ରହିବ ନାହିଁ : ମନ୍ତ୍ରୀ

mahabharatanews

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳନ

mahabharatanews

ରାଜଧାନୀରୁ ଲଢ଼ିବେ ଶ୍ରୀମୟୀ ମିଶ୍ର

mahabharatanews