ଅପରାଧ

ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

(ମହାଭାରତ, ବାରିପଦା): ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ ଧରାପଡିଛନ୍ତି । ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଆଇଟିଡିଏ (ଇଣ୍ଟେଗ୍ରେଟେଡ ଟ୍ରାଇବାଲ ଡେଭେଲପମେଣ୍ଟ ଏଜେନ୍ସି) ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ଜାଗା ଉପରେ ଚଢାଉ କରାଯାଇଛି । ସେଥିମଧ୍ୟରେ ବାରିପଦାସ୍ଥିତ ମୁର୍ଗାବାଡିରେ ଦୁର୍ଗାମାଧବଙ୍କ ଭଡାଘର, ଅଫିସ ରହିଛି । ସେହିପରି ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ ଓ ନୟାଗଡସ୍ଥିତ ପୈ÷ତୃକ ଘର ଉପରେ ମଧ୍ୟ ଚଢାଉ କରାଯାଇଛି । ତେବେ ଭିଜିଲାନ୍ସ ପକ୍ଷରୁ ଚଢାଉ ସମ୍ପର୍କରେ ଖବର ପାଇ ବୁଧବାର ରାତିରେ ଦୁର୍ଗାମାଧବ ଭଡା ଘରେ ତାଲା ପକାଇ ଖସି ପଳାଇଥିବା ଜଣାପଡିଛି । ଫଳରେ ଭିଜିଲାନ୍ସ ଟିମ୍ ଅଧିକାରୀ ତାଙ୍କ ଘର ତାଲା ଭାଙ୍ଗି ଘରେ ପଶିଥିଲେ । ଅପରପକ୍ଷେ, ଦିନ ୧୦ଟାରେ ବାରିପଦା ସ୍ଥିତ ତାଙ୍କ ଅଫିସ ଖୋଲିବା ପରେ ଭିଜିଲାନ୍ସ ଟିମ ଅଫିସ କାଗଜପତ୍ର ଯାଞ୍ଚ କରିଥିଲା । ଭୁବନେଶ୍ୱର ଭିଜିଲାନ୍ସ ଟିମ ଦୁର୍ଗାମାଧବଙ୍କ ସନ୍ଧାନ ପାଇଲେ ତାଙ୍କୁ ନେଇ ବାରିପଦା ଯିବେ ବୋଲି ଜଣାଯାଇଛି ।

Related posts

ସିଏଏ ବିରୋଧକୁ ଉସକାଉଥିବା ଏକ ଆତଙ୍କୀ ଦମ୍ପତି ଗିରଫ

mahabharatanews

ବିଜେପି ନେତା ମର୍ଡର ଘଟଣା: ସିନ ରିକ୍ରିଏଟ ବେଳେ ମିଳିଲା ଖଣ୍ଡା

mahabharatanews

ଶୋଇଥିବା ଅବସ୍ଥାରେ ବେକ କାଟିଦେଲା ଦୁର୍ବୃତ୍ତ

mahabharatanews

Leave a Comment