ଓଡିଶା

ଭିଜିଲାନ୍ସ ଜାଲରେ ଆରଆଇ

(ମହାଭାରତ, ନୟାଗଡ): ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ କର୍ମଚାରୀ ପଡିଛନ୍ତି । ନୟାଗଡ ଜିଲ୍ଲା ଗଣିଆ ଆଡକଟା ରାଜସ୍ୱ ନିରୀକ୍ଷକ (ଆରଆଇ) ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ଅଧିକାରୀ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଧୂଆମଡା ଜଣେ ବ୍ୟକ୍ତିଙ୍କ ଜମିବାଡିର ଇନକ୍ୱାରି ରିପୋର୍ଟ କରାଇ ଦେବା ପାଇଁ ଆରଆଇ ଜଣକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବ୍ୟକ୍ତି ଜଣକ ନୟାଗଡ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଗତ ମଙ୍ଗଳବାର ଆରଆଇ ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଉଥିବା ବେଳେ ନୟାଗଡ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଏବଂ ଟଙ୍କା ଜବତ କରିବା ସହ ଆରଆଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ।

Related posts

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମେଗା କୃଷି ଋଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

mahabharatanews

ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

mahabharatanews