(ମହାଭାରତ, ନୟାଗଡ): ଭିଜିଲାନ୍ସ ଜାଲରେ ପୁଣି ଜଣେ ନିର୍ବାହୀ ଯନ୍ତ୍ରୀ ପଡିଛନ୍ତି । ନୟାଗଡ ୱାକର୍୍୍ସ ଡିପାର୍ଟମେଣ୍ଟରେ କାର୍ଯ୍ୟରତ ଶିଶିର ରଞ୍ଜନ ପୃଷ୍ଟିଙ୍କ କାର୍ଯ୍ୟାଳୟ ଉପରେ ଚଢାଉ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଭିଜିଲାନ୍ସ ଶାଖା ତରଫରୁ ଚଢାଉ କରାଯାଇଥିଲା । ଏହି ସମୟରେ ତାଙ୍କ ନିକଟରୁ ୧ ଲକ୍ଷ ୧୯ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଯାହାର ହିସାବ ସେ ଦେଇ ପାରିନଥିଲେ । ଫଳରେ ଭୁବନେଶ୍ୱର ଭିଜିଲାନ୍ସ ଶାଖା ତରଫରୁ ଏକ ୬୮/୧୯ ସଂଖ୍ୟାରେ ଏକ ମାମଲା ରୁଜୁ କରାଯାଇଥିଲା ।
ଏହାପରେ ଭିଜିଲାନ୍ସର ଟିମ୍ ତାଙ୍କ କାର୍ଯ୍ୟାଳୟ, ବାସଭବନ ଠାରେ ଚଢାଉ କରିଥିଲେ । ଚଢାଉ ସମୟରେ ତାଙ୍କ ନିକଟରେ ୮ଟି ଜାଗା ଓ ୫ଟି ଫ୍ଲାଟ ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା, ପାଖାପାଖି ୫ ଲକ୍ଷ ଟଙ୍କା ମୂଲ୍ୟର ୩ଟି ଗାଡି, ୫ ଲକ୍ଷ ଟଙ୍କାର ଘରୋଇ ଆସବାବପତ୍ର, ୭ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ନଗଦ ୮୭ ହଜାର ୪୯୪ ଟଙ୍କା ଭିଜିଲାନ୍ସ ଜବତ କରିଛି । ଜବତ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆନୁମାନିକ ୧କୋଟି ୧୭ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।
previous post
next post