ଓଡିଶା

ଭିଜିଲାନ୍ସ ଜାଲରେ ହର୍ଟିକଲଚର ମାଳୀ

(ମହାଭାରତ, ଉଦଳା): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ହର୍ଟିକଲଚର ମାଳିଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ ବିଭାଗରେ କାର୍ଯ୍ୟରତ ମାଳି ଉଦ୍ଧବ ବେହେରାଙ୍କ ୪ଟି ସ୍ଥାନରେ ଥିବା ବାସଭବନରେ ଭିଜିଲାନ୍ସ ଟିମ ଚଢାଉ କରିଛି । ତାଙ୍କର ନୁଦଡିହାସ୍ଥିତ ଶ୍ୱଶୁର ଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, କପ୍ତିପଦା ବ୍ଲକ ବଡାମପଦା ନିଜସ୍ୱ ବାସଭବନରେ ଚଢାଉ ହୋଇଛି । ତେବେ ତାଙ୍କ ଘରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକା ହେବ ବୋଲି ଜଣାପଡିଛି । ସେ ଉଦଳାରେ ଚାକିରି କରୁଥିବା ବେଳେ ବିଭିନ୍ନ ଦୁର୍ନୀତି ନେଇ ତାଙ୍କ ନାମରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରିନାହିଁ ।

Related posts

କଲବଲ କରୁଛି ଥଣ୍ଡା

mahabharatanews

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ

mahabharatanews

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

mahabharatanews