(ମୁମ୍ବାଇ): ଜାତୀୟ ନାଗରିକତ୍ୱ ପଞ୍ଜିକରଣ (ଏନଆରସି) ମହାରାଷ୍ଟ୍ରରେ ଲାଗୁ ହେବନି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି । ଶିବସେନାର ମୁଖପତ୍ର ସାମ୍ନାରେ ନିଜର ଏକ ସାକ୍ଷାତକାର ଦେବା ବେଳେ ଏନଆରସିକୁ ନେଇ ଠାକରେ ଏଭଳି ମତ ରଖିଛନ୍ତି । ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନ (ସିଏଏ) ଦେଶର କୌଣସି ନାଗରିକଙ୍କ ନାଗରିକତ୍ୱ ନେବ ନାହିଁ, ବରଂ ନାଗରିକତ୍ୱ ଦେବ । କିନ୍ତୁ ଯଦି ଏନଆରସି ଲାଗୁ ହୁଏ ତେବେ ହିନ୍ଦୁ ଏବଂ ମୁସଲମାନ ଦୁଇ ପକ୍ଷ ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର ବ୍ୟାପାର ହେବ । ଆଇନରେ ପରିଣତ ହେବା ପୂର୍ବରୁ ଲୋକସଭାରେ ଶିବସେନା ସିଏଏକୁ ସମର୍ଥନ କରିଥିଲା । କିନ୍ତୁ ରାଜ୍ୟସଭାରେ ଏହାକୁ ନେଇ ହୋଇଥିବା ଭୋଟିଂ ବେଳେ କକ୍ଷତ୍ୟାଗ କରିଥିଲା । ସୂଚନାଯୋଗ୍ୟ, ନିଜ ନିଜ ରାଜ୍ୟରେ ଏନଆରସିକୁ ଲାଗୁ କରିିବେ ନାହିଁ ବୋଲି ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ କହି ସାରିଛନ୍ତି ।
previous post