(ମହାଭାରତ): ଭାରତର ଦକ୍ଷିଣ ମଧ୍ୟରେ ଥିବା ମହାରାଷ୍ଟ୍ର ଭାରତର ତୃତୀୟ ବଡ଼ ରାଜ୍ୟ ଭାବରେ ପରିଚିତ । ଏହି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଦେଶର ଅର୍ଥନୈତିକ ପୈଠସ୍ଥଳୀ ବୋଲି ମଧ୍ୟ ଜଣାଯାଇଛି । ସେହି କ୍ରମରେ ପୁଣେ ମଧ୍ୟ ଭାରତର ବଡ଼ ସହର ମଧ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଏହା ବ୍ୟତୀତ ଏଠାରେ ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳି ମଧ୍ୟ ରହିଛି । ଯାହାକି ପର୍ଯ୍ୟଟକ ଙ୍କୁ ବେଶ ଆର୍କଷଣ କରିପାରିଛି । ଯଦି ଆପଣ ମହାରାଷ୍ଟ୍ର ବୁଲି ବାକୁ ଯାଉଛନ୍ତି ତେବେ ଏହି ସବୁ ସ୍ଥାନ ନିହାତି ବୁଲନ୍ତୁ ।
ଅମରାବତି:
ମହାରାଷ୍ଟ୍ର ର ଉତ୍ତର ପୂର୍ବ ଦିଗରେ ଏହି ସ୍ଥାନ ଅବସ୍ଥିତ । ଯାହାକି ଦେବତାଙ୍କ ରାଜା ଇନ୍ଦ୍ରଙ୍କ ସ୍ଥାନ ବୋଲି ଜଣାଯାଇଛି । ଏଠାରେ ଇନ୍ଦ୍ରଙ୍କ ପୁରୁଣା ମନ୍ଦିର ସମେତ ଅଭ୍ୟାରଣ୍ୟ ମଧ୍ୟ ରହିଛି । ଯାହକି ଏଠାର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ । ଭଗବାନ ଶ୍ରୀକୃଷ୍ଣ ଏବଂ ଭେଙ୍କେଟଶ୍ୱର ମନ୍ଦିର ମହାରାଷ୍ଟ୍ରରେ ବେଶ ପରିଚିତ । ଅମରାବତିର ରେ ଏକ ବଡ଼ ଝରଣା ରହିଛି । ଯାହା ଏହି ଅଂଚଳରେ ଖୁବ ଚର୍ଚ୍ଚିତ
ନାସିକ:
ନାସିକ ମହାରାଷ୍ଟ୍ର ରାଜ୍ୟ ର ଉତ୍ତର ପଶ୍ଚିମ ଦିଗରେ ରହିଛି । ଏହି ସହର ହିନ୍ଦୁ ତିର୍ଥଯାତ୍ରୀଙ୍କ ପାଇଁ ପ୍ରକୃଷ୍ଟ ସହର । ଏଠାରେ ଆୟୋଜିତ ହେଉଥିବା କୁମ୍ଭ ମେଳା ସହର ମୁଖ୍ୟ ଆର୍କଷଣ ହୋଇଥାଏ । ପ୍ରସିଦ୍ଧ ୧୨ ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏଠାରେ ତ୍ରୟବେକେଶ୍ୱର ଙ୍କ ମନ୍ଦିର ରହିଛି । ଏହି ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ ।
ପୁଣେ:
ପୁଣେ ଶନିୱାରୱାଡ଼ା ମହଲ ରହିଛି ।ଯାହାକି ପେଶୱାଙ୍କର ବାସସ୍ଥଳୀ । ଏହି ମହଲର ମୂଳଦୁଆ ବାଜିରାୱ (ପ୍ରଥମ )୧୭୩୦ ରେ ରଖିଥିଲେ । ଏଠାରେ ଆଗାଖାନ ମହଲ ମଧ୍ୟ ରହିଛି । ଏହାକୁ ସୁଲତାନ ମହମ୍ମଦ ଶାହା ଆଗାଖାନ (ତୃତୀୟ) ୧୮୯୨ ମସିହାରେ ତିଆରି କରିଥିଲେ ଏବଂ ୧୯୬୯ ରେ ଆଗାଖାନ ( ଚତୁର୍ଥ) ଏହା ଭାରତ ସରକାରଙ୍କୁ ନ୍ୟସ୍ତ କରିଥିଲେ ।
ମୁମ୍ବାଇ:
ଏଠାରେ ଆପଣ ଗୋଟ ୱେ ଅଫ ଇଣ୍ଡିଆ , ହାଜି ଅଲ୍ଲୀ, ଜୁହୁ ବିଚ୍, ଯୋଗେଶ୍ୱରୀ ଗୁମ୍ପା, ହାଙ୍ଗିଙ୍ଗ ଗାର୍ଡ଼େନ, ସିଦ୍ଧିବିନାୟକ ମନ୍ଦିର, ଏବଂ ମରିନ ଡ଼୍ରାଇଭର ମଜା ନିଶ୍ଚିତ ନିଅନ୍ତୁ ।
ରତ୍ନଗିରି:
ଏହା ମହାରାଷ୍ଟ୍ରର ଦକ୍ଷିଣ – ପଶ୍ଚିମ ଦିଗରେ ଅବସ୍ଥିତ । ଏଠାରେ ଦିୁଇଟି ବିଶାଳ ବୈଦ୍ଧ ମଠ ରହିଛି । ଏହା ବ୍ୟତିତ ଏଠାରେ ଛଅଟି ମନ୍ଦିର, ହଜାର ସଂଖ୍ୟାରେ ଛୋଟ ସ୍ତୁପ ସମତେ ଅସଂଖ୍ୟ ମୂର୍ତ୍ତି ଏବଂ ଏହାର ଅଂଶବିଶେଷ ସହ ଥିୱା ମହଲ ମଧ୍ୟ ରହିଛି । ଏହି ସବୁ ସ୍ଥାନ ପର୍ଯ୍ୟଟକ ଙ୍କୁ ବେଶ ଆକୃଷ୍ଟ କରିଛି ।