ମହାଭାରତ, ଉଦଳା: ଆଜି ପବିତ୍ର ମହାଶିବରାତ୍ରି । ଏହାକୁ ନେଇ ଚଳଚଂଚଳ ସମସ୍ତ ଶୈବପୀଠ । ତେବେ କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଝୀଙ୍କେଶ୍ୱରରେ ଚାଲିଛି ପୂଜାର୍ଜନା । ସକାଳୁ ସକାଳୁ ଭକ୍ତଙ୍କ ଲମ୍ବା ଧାଡ଼ି । ସମସ୍ତେ ହାତରେ ପୂଜା ଡ଼ାଲାରେ ବିଭିନ୍ନ ଫୁଲ, ଫଳ ଧୂପ ଦୀପ ନେଇ ପ୍ରଭୁଙ୍କ ପାଦପଦ୍ମରେ ଭକ୍ତି ନୈବେଦ୍ୟ ସମର୍ପଣ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମଳିଚି । ବାବାଙ୍କ ପାଦତଳେ ନିଜର ସବୁଦୁଃଖକୁ ଅଜାଡ଼ି ଦେବେ । ନୀତି ନିୟମ ଅନୁସାରେ ସାକଳୁ ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନୀତିକାନ୍ତି ସମାପନ ହୋଇଥିଲା । ଏହା ପରେ ଭକ୍ତଙ୍କ ନିମନ୍ତେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସମସ୍ତଙ୍କ ମନରେ ବିଶ୍ୱାସ ଏହି ପୀଠରେ ମହାଦେବଙ୍କୁ ଯାହା ମାଗିଲେ ତାହା ପୂରଣ ହୋଇଥାଏ । ଅନେକ ଭକ୍ତଙ୍କ ସନ୍ତାନ ପ୍ରାପ୍ତି ହୋଇଥିବା ବେଳେ ଅନେକ ଲୋକ ଏହି ଠାରେ ମାନସିକ ପୂରଣ କରି କୃତାର୍ଥ ହୋଇଛନ୍ତି । ତେବେ ଏହି ପୀଠରେ ମାହାତ୍ମ୍ୟ ଅଧିକ ରହିଥିବାରୁ କେବଳ ଉପଖଣ୍ଡ ନୁହେଁ ମୟୁରଭଞ୍ଜ ଜିଲ୍ଳା ଓ ଆଖପାଖ ଜିଲ୍ଲାରୁ ଭକ୍ତ ଏଠାକୁ ପୂଜା କରିବାକୁ ଆସିଥାନ୍ତି । ଦିନରେ ମହାଦେବଙ୍କ ପୂଜାର୍ଚ୍ଚନା ସମେତ ସକାଳୁ ସକାଳୁ ଦୀପ ପ୍ରଜ୍ଜଳନପୂର୍ବକ ବ୍ରତୀମାନେ ବସି ରହିଥିବା ଦେଖିବାକୁ ମିଳିଛି । ଏହି ପୀଠରେ ଚାଲିଛି ଆରାଧନା । ପୂରା କାର୍ଯ୍ୟକ୍ରମକୁ ନଜରରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
previous post
next post