ଓଡିଶା

ମହିଳାଙ୍କୁ କମେଣ୍ଟ ମାରିବାରୁ ଯୁବକଙ୍କୁ ମିଳିଲା ଉତ୍ତମ ମଧ୍ୟମ

ମହାଭାରତ, କଣିହାଁ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର କୋଶଳା ଗ୍ର।।ମର ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଗାଧୁଆ ତୁଠାରେ କମେଣ୍ଟ ମାରିବାରୁ ପାଇଛନ୍ତି ଉତ୍ତମ ମଧ୍ୟମ । ଗ୍ରାମବାସୀ ଏକତ୍ରିତ ହୋଇ ଯୁବକକୁ ରଶିରେ ବାନ୍ଧି ବହେ ଛେଚିଛନ୍ତି ।
ସୂଚନାମୁତାବକ, ଛେଣ୍ଡିପଦା ଥାନା ଅଧୀନସ୍ଥ କୋଶଳା ଗ୍ରାମର ଏକ ପୋଖରୀ ତୁଠରେ କିଛି ମହିଳା ଗାଧଉଥବବା ବେଳେ ବ୍ରାହ୍ମଣବିଲ ଗାଁର ପପୁ ସେଠି ନାମକ ଯୁବକ ସେହି ବାଟ ଦେଇ ଯାଉଥିବା ବେଳେ ମାହିଳାଙ୍କୁ ଲକ୍ଷ୍ୟ କରି ଅଶ୍ଳୀଳ କମେଣ୍ଟ ମାରିଥିଲା । ସେଠାରେ ଥିବା ମହିଳାମାନେ ଏହାକୁ ବିରୋଧ କରିଥିଲେ ମଧ୍ୟ ଯୁବକ ନିଜ ବ୍ୟବହାରରୁ କ୍ଷାନ୍ତ ନ ହୋଇ ଆହୁରି କମେଣ୍ଟ କରିଥିଲା । ଏଥିରେ ମହିଳାମାନେ ଉତ୍ତେଜିତ ହୋଇପଡିଥିଲେ ଓ ସମସ୍ତେ ଏକତ୍ରିତ ହୋଇ ପପୁକୁ କାବୁ କରି ନେବା ସହ ଘୋଷାଡି ଘୋଷାଡି ଗାଁକୁ ଆଣିଥିଲେ ଓ ଏକ ଅଟୋ ଡାଲାରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ମହିଳାଙ୍କଠାରୁ ସୂଚନା ପାଇଁ ଗ୍ରାମର ପୁରୁଷ ମାନେ ମଧ୍ୟ ବହେ ଛେଚିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରି ଯୁବକକୁ ନିଜ ହେପାଜତକୁ ନେଇଥିଲା ।

Related posts

ଗାଡି ଉଠାଇବାକୁ ନେଇ ହାଇକୋର୍ଟଙ୍କ ସ୍ୱଷ୍ଟୋକ୍ତି

mahabharatanews

ହିଟ୍‌ୱେଭ୍‌ରୁ ଆଶ୍ବସ୍ତି

mahabharatanews

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

mahabharatanews

Leave a Comment