ଅପରାଧ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ: ୨ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଥିବା ଅପରାଧ ଏବେ କମିଶନରେଟ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । କେତେବେଳେ ଘରେ ପଶି ଲୁଟ ହେଉଛି ତ ପୁଣି କେତେବେଳେ ଗୁଳିମାଡ । ଏମିତି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ସହିଦ ନଗର ଥାନା ଅଧୀନରେ । ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକରଖି ପଚରାଉଚରା କରିଛି ।

ସୂଚନା ମୁତାବକ, ସହିଦନଗର ଥାନା ଅଧୀନ ବାୟା ବାବା ମଠ ବସ୍ତିରେ ସାମାନ୍ୟ ବଚସାକୁ ନେଇ ଜଣେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ନାମ ପିଙ୍କି । ସେହି ବସ୍ତିର ତିନି ଜଣ ଯୁବକ ପିଙ୍କିଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ ।ଏହାକୁ ପିଙ୍କି ବିରୋଧ କରିବାରୁ ଉତକ୍ଷିପ୍ତ ହୋଇ ଯୁବକ ମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ପିଙ୍କି ଗୁରୁତର ଆହତ ହୋଇଥିଲେ । ଏନେଇ ପିଙ୍କିଙ୍କ ପରିବାର ଲୋକେ ସହିଦନଗର ଥାନାରେ ପପୁ ଓ ପଦିଆ ନାମ ଦୁଇ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ ।

Related posts

ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ ଏନଏସି କନିଷ୍ଠ ଯନ୍ତ୍ରୀ

mahabharatanews

ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ନାବାଳିକା ବଳାକ୍ରାର, ଗର୍ଭପାତ ଘଟଣା: ଅଭିଯୁକ୍ତ ଡାକ୍ତର ଗିରଫ

mahabharatanews

Leave a Comment