ଓଡିଶା

ମାଓବାଦୀ ପରିଚୟ ଦେଇ ଯୁବକଙ୍କୁ ଗୁଳିମାଡ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗାଁରେ ମାଓବାଦୀ ପରିଚୟ ଦେଇ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ବାମ ହାତରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା ବ୍ୟକ୍ତି ଆସି ଉକ୍ତ ଯୁବକଙ୍କ କବାଟ ବାଡେଇ ଥିଲା । ଯୁବକ ଜଣକ କବାଟ ଖୋଲି ଦେବାରୁ ବ୍ୟକ୍ତି ଜଣକ ଘର ଭିତରକୁ ପଶି ଆସି ନିଜକୁ ନକ୍ସଲ ବୋଲି ପରିଚୟ ଦେଇଥିଲା । ପରେ ପିସ୍ତଲ ଦେଖାଇ ଯୁବକଙ୍କୁ ଶୀଘ୍ର ଟଙ୍କା ବାକ୍ସର ଚାବି ଦେବାକୁ କହିଥିଲା । କିନ୍ତୁ ଯୁବକ ଜଣକ ବିରୋଧ କରି ଚାବି ଦେବାକୁ ମନା କରିବାରୁ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା ।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମୁଖା ପିନ୍ଧି ନକ୍ସଲ ପରିଚୟ ଦେଇ ଟଙ୍କା ମାଗିଥିବା ବ୍ୟକ୍ତି ଡକାୟତି ପାଇଁ ଆସିଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକଙ୍କୁ ଘରୁ ଡାକି ନେଇ କଲେ ହତ୍ୟା

mahabharatanews

ରାଜ୍ୟସରକାରଙ୍କୁ ଓଏମସି ପକ୍ଷରୁ ୧ହାଜର କୋଟିର ଅର୍ଥରାଶି ପ୍ରଦାନ

mahabharatanews

ଆସନ୍ତାକାଲି ବନକଲାଗି ନୀତି; ୪ ଘଣ୍ଟା ଶ୍ରୀଜିଉ ଦର୍ଶନ ମନା

mahabharatanews

Leave a Comment