ଓଡିଶା

ମାନସିକ ଦୁର୍ବଳ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ସାନସିମୁଳିଆ ଗ୍ରାମରେ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପାରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମହିଳା ଜଣକ ମାନସିକସ୍ତରରେ ଦୁର୍ବଳ ଥିଲେ ।

ସୂଚନା ଅନୁଯାୟୀ, ଗ୍ରାମର ସେବତୀ ବେହେରା ନାମକ ଜଣେ ମହିଳା ତିନି ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିଲେ । ତେବେ ମାନସିକ ଭାରସାମ୍ୟ ହରାଇ ଗତକାଲି ସନ୍ଧ୍ୟାରେ ଘର ଲୋକଙ୍କ ଅନୁପସ୍ଥିତିରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦେହରେ ନିଆଁ ଲାଗିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ସେ ଘର ବାହାରକୁ ଆସିଥିଲେ । ଏହା ପରେ ପରିବାର ଲୋକଙ୍କ ସମେତ ପଡୋଶୀମାନେ ତୁରନ୍ତ ନିଆଁ ଲିଭାଇବା ସହିତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି । ତେବେ ମହିଳାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଭାରସାମ୍ୟ ହରାଇ ବୁଡିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ

mahabharatanews

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୫୯ଟି ଦରଖାସ୍ତ ଗ୍ରହଣ

mahabharatanews

ପୁରୀର ନାମ ପରିବର୍ତ୍ତନ ଅନାବଶ୍ୟକ: ଶଙ୍କରାଚାର୍ଯ୍ୟ

mahabharatanews