(ମହାଭାରତ, ନୂଆଦିଲ୍ଲୀ): ମାର୍ଚ୍ଚ ମାସ ୨୮ ତାରିଖରୁ ଦିଲ୍ଲୀରୁ ଶ୍ରୀ ରାମାୟଣ ଏକ୍ସପ୍ରେସ ଚାଲିବ । ଏନେଇ ଭାରତୀୟ ରେଳବାଇ ସୂଚନା ଦେଇଛି । ଏହା ଏକ ସ୍ୱତନ୍ତ୍ର ଟ୍ରେନ । ଏଥିରେ ମୋଟ ୧୦ଟି ବଗି ରହିବ । ପ୍ରଥମେ ବୁକିଂ କରିଥିବା ଲୋକଙ୍କୁ ଆଗେ ସ୍ଥାନ ମିଳିବ ବୋଲି ରେଳବାଇ ପକ୍ଷରୁ ଏଥିରେ କୁହାଯାଇଛି । ତେବେ ଏହି ଟ୍ରେନରେ ୫ଟି ବିନା ଏସି ସ୍ଲିପର କ୍ଲାସ ଓ ୫ଟି ୩ ଟାୟାର ଏସି କୋଚ ରହିବ ବୋଲି ଜଣାଯାଇଛି । ଯାତ୍ରା କରିବାକୁ ଆଗ୍ରହୀମାନେ ଦିଲ୍ଲୀର ସଫଦରଗଞ୍ଜ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷେ୍ନøରୁ ଟ୍ରେନ ଧରିପାରିବେ । ଟ୍ରେନଟି ୧୭ ଦିନିଆ ଟୁରରେ ବାହାରିବ । ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡିତ ସମସ୍ତ ପର୍ଯ୍ୟଟନସ୍ଥଳୀର ଦର୍ଶନ କରିପାରିବେ । ଏଥିପାଇଁ ସ୍ଲିପର କ୍ଲାସ ଟିକେଟର ମୂଲ୍ୟ ୧୬ ହଜାର ରହିଥିବା ବେଳେ ଏସି କ୍ଲାସ ଯାତ୍ରୀଙ୍କ ପାଇଁ ୨୬ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନେ କୌଣସି ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡିବ ନାହିଁ । ଟ୍ରେନ ଭିତରେ ଯାତ୍ରୀଙ୍କୁ ବିନା ପିଆଜ ରସୁଣର ଖାଦ୍ୟ ଯୋଗାଇ ଦିଆଯିବ ରେଳବାଇ ସୂଚନା ଦେଇଛି ।
previous post