Uncategorized

ମାର୍ଚ୍ଚ ୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହଜାତକୁ ଗଲେ ଶର୍ଜିଲ ଇମାମ

ମହାଭାରତ, ନୂଆଦିଲ୍ଲୀ: ୧୩ ଡିସେମ୍ବରକୁ ହୋଇଥିବା ଛୋଟ ଧରଣର ଫଥରମାଡ ଘଟଣାରେ ଶରଜିଲ ଖୁସି ନ ଥିଲା । ତେଣୁ ଜାମିଆ ନଗରରେ ବଡ ଧରଣର ଦଙ୍ଗା କରିବାକୁ ଲୋକଙ୍କୁ ଉସକାଉଥିବା ମାମଲାରେ ଆଜି ଦିଲ୍ଲୀର ସାକେତ କୋର୍ଟ ତାକୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇ ଦେଇଛି । ପୁଲିସ ତାକୁ ନିଜ କଷ୍ଟଡିକୁ ନେବାକୁ ଆବେଦନ କରିଥିଲା । ଜାମିଆ ନଗରରେ ଶର୍ଜିଲ ପାଇଁ ପ୍ରଥମଥର ପାଇଁ ହିଂସା ଦେଖା ଦେଇଥିଲା । ସେ ଡିସେମ୍ବର ୧୩ ତାରିଖରେ ସେଠାରେ ଦୁଇଟି ହିଂସା ବୃଦ୍ଧିକାରୀ ଭାଷଣ ଦେଇଥିଲା । ସେ ସାହିନ ବାଗରେ ୧୫ ଦିନ ଧରି ରହିଥିଲା । ଦିଲ୍ଲୀ ପୁଲିସର ଏସଆଇଟି କହିଛି, ସର୍ଜିଲ ୧୩ ଡିସେମ୍ବର ସକାଳେ ଜାମିଆ ନଗରରେ ପହଁଚିଥିଲା । ସେଠାରେ ସେ ଦ୍ୱିପ୍ରହରକୁ ଭାଷଣ ଦେଇଥିଲା ଓ ପରେ ସଂଧ୍ୟାରେ ଆଉ ଥରେ ହିଂସ୍ରୁକ ଭାଷ ଦେଇଥିଲା । ସେ ଲୋକଙ୍କୁ ହିଂସା ପାଇଁ ଉସକାଇଥିଲା । ପଥର ମାଡ ସମୟରେ ଶର୍ଜିଲ ମଧ୍ୟ ଜାମିଆ ନଗରରେ ଥିଲା । ସେହି ଦିନର ହିଂସା ଘଟଣାରେ ଏଫଆଇଆର ଜାମିଆ ନଗର ଥାନାରେ ଦାୟର ହୋଇଛି । ସର୍ଜିଲ ୧୪ ଡିସେମ୍ବରକୁ ମଧ୍ୟ ଜାମିଆ ଇଲାକାରେ ଥିଲା । ୧୫ ଡିସେମ୍ବରକୁ ସେ ସାହିନ ବ।।ଗରେ ଭାଷଣବାଜି କରିଥିଲା । ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଶର୍ଜିଲ ସାହିନବାଗରେ ଦେଇଥିବା ଭଡକାଉ ଭାଷଣ କାରଣରୁ ଜାମିଆ ନଗରରେ ଦଙ୍ଗା ହୋଇଥିଲା ।

Related posts

ଦେଶରେ ଦିନକରେ ୯୭ ହଜାର ୮୯୪ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କେପିକେବି କ୍ୟାଣ୍ଟିନରୁ ପ୍ରାୟ ୧୦୦୦ ସାମଗ୍ରୀ ତାଲିକାରୁ ବାଦ ପଡିଲା

mahabharatanews

ପିଏମ କେୟାର ଫଣ୍ଡକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

mahabharatanews

Leave a Comment