Uncategorized

ମାଲଦୀପ ରାଷ୍ଟ୍ରପତିଙ୍କ ଭାରତକୁ ଧନ୍ୟବାଦ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ କରୋନା ଭୂତାଣୁରେ ପ୍ରଭାବିତ ଚୀନର ବୁହାନରୁ ୬୪୭ ଜଣ ଭାରତୀୟ ଓ ୭ ମାଲଦୀପ ନାଗରିକଙ୍କୁ ଭାରତ ଆଣିବା ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚ ହେଉଛି । ଏହି ଘଟଣାରେ ମାଲଦୀପ ରାଷ୍ଟ୍ରପତି ଇବ୍ରାହୀମ ମହମ୍ମଦ ସୋଲିହ ଭାରତ ସରକାରକୁ ଧନ୍ୟବାଦ ଜଣାଇଛନ୍ତି । ଏହି ମିଶନ ବୈଶୟିକ ଓ ବ୍ୟବହାରିକ ରୂପେ ଅତ୍ୟନ୍ତ ବିପଦ୍ଜନକ ଥିଲା । ବିମାନରେ କୌଣସି ବି ଆପତ୍ତା ସ୍ଥିତିର ମୁକାବିଲା କରିବା ପାଇଁ ଟେକ୍ସିସିଆନ ବ୍ୟତୀତ ଉଚ୍ଚ ପ୍ରଶିକ୍ଷିତ ମେଡିକାଲ କର୍ମଚାରୀ ଓ ଏୟାର ଇଣ୍ଡିଆର ବରିଷ୍ଠ ପାଇଲଟ- କ୍ରୁ ମେମ୍ବର ସାମିଲ ଥିଲେ ।

ବୁହାନରୁ ଏୟାର ଇଣ୍ଡିଆର ଦୁଇଟି ବିମାନ ସହାୟତାରେ ୬୫୪ ଜଣଙ୍କୁ ଭାରତ ଅଣାଯାଇଥିଲା, ଯେଉଥିରେ ମାଲଦୀପର ୭ ଜଣ ନାଗରିକ ଥିଲେ । ସମସ୍ତ ଯାତ୍ରୀଙ୍କୁ ସେନା ଓ ଆଇଟିବିପି କ୍ୟାମ୍ପରେ ଚିକିତ୍ସା କରାଯାଉଛି । ଏହି ଅପରେସନରେ ସାମିଲ ଦୁଇ ବିମାନ ହେଲା, ଅଞ୍ଜାତା ଓ ଆଗରା । ଏହି ବିମାନକୁ ବର୍ତ୍ତମାନ ବିଶେଷ ପ୍ରଶିକ୍ଷତ ଟିମ ଦ୍ୱାରା କୀଟାଣୁରହିତ କରାଯାଇଛି । ବିମାନ ସମ୍ପୂର୍ଣ୍ଣ କୀଟାଣୁରହିତ ହେବା ପରେ ସାମାନ୍ୟ ପରିଚାଳନାରେ ଲଗା ଯିବ ।

Related posts

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

mahabharatanews

ମହାରାଷ୍ଟ୍ରରେ କ୍ରେନ୍‌ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୨୦ ପାର

mahabharatanews

କାଲିଠୁ ଛତ୍ରପୁର ପୁଣି ସଟଡାଉନ

mahabharatanews

Leave a Comment