Uncategorized

ମାଲ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଶୁଣାଣି ଆରମ୍ଭ

ଲଣ୍ଡନ: ପଳାତକ ମଦ କାରବାରୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ମାମଲାରେ ମଙ୍ଗଳବାର ଶୁଣାଣି ଆରମ୍ଭ ହୋଇଛି । ଏହି ଶୁଣାଣି ଲଣ୍ଡନ ହାଇକୋର୍ଟରେ ତିନି ଦିନ ଯାଏଁ ଚାଲିବ । ଏହା ପୂର୍ବରୁ ୨୦୧୮ ଡିସେମ୍ବର ମ।ସରେ ଳଣ୍ଡନ ମାଜିଷ୍ଟ୍ରେଟ କୋର୍ଟ ପଳାତକ ଉଦ୍ୟୋଗପତି ମାଲ୍ୟାଙ୍କୁ ବ୍ରିଟେନରୁ ଭାରତ ଫେରାଇ ଦେବାକୁ କହିଥିଲା । ଠକେଇ, ମନି ଲାଣ୍ଡରିଂ ମାମଲା ଚାଲିଛି ।
ମଙ୍ଗଳବାର ଯେତେବେଳେ ମାଲ୍ୟା କେ।।ର୍ଟରେ ପହଞ୍ଚିଲେ, ସେ କୌଣସି କମେଣ୍ଟ କରିବାକୁ ମନା କରିଦେଇଥିଲେ । ସେ ଗଣମାଧ୍ୟମକୁ କହିଥିଲେ, ନୂଆ ବର୍ଷର ଅନେକ ଶୁଭକାମନା । ଆପଣମାନଙ୍କୁ ଏଠାରେ ଦେଖି ଖୁସିଲାଗିଲା । କିନ୍ତୁ କେଶ ଉପରେ କୌଣସି କମେଣ୍ଟ ଦେବାକୁ ସେ ମାନକରି ଦେଇଥିଲେ । ତେବେ ମାଲ୍ୟ।।ଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି, ମ।।ଜିଷ୍ଟ୍ରେଟ କୋର୍ଟର ରାୟରେ କିଛି ତ୍ରୁଟି ରହିଛି । କ୍ଲିୟର ମେ।।ଟଗୋମେରି ନିଜ ଦଲିଲ ରଖି କହିଥିଲେ, ମାଲ୍ୟ।। ଯେତେବେଳେ ନିଜ କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହୋଇଯିବାରୁ କିଛି ଋଣ ମାଗିଥିଲେ, ସେତେବେଳେ ତାଙ୍କର ଠକେଇର କୌରସି ଉଦ୍ଦେଶ୍ୟ ନ ଥିଲା । ସେ ରାତାରାତି ଦେଶରୁ ଖସି ଯିବାର ବ୍ୟକ୍ତି ନ ଥିଲେ । ଏହା କୌଣସି ପୋଞ୍ଜି ସ୍କିମ ପରି ଧନ୍ଦ।। ନ ଥିଲା । ବରଂ ପ୍ରତିଷ୍ଠିତ ଏୟାର ଲାଇନ୍ସ ଚଳାଇବା କାମ ଥିଲା, ବରଂ ଅନ୍ୟ ଭାରତୀୟ ଏୟାରଲାଇନ୍ସ ମଧ୍ୟ ଆର୍ଥିକ ସଂକଟ ପରି ମାମଲା ଥିଲା ।

Related posts

ମହାମାରୀର ମୁକାବିଲାରେ ପାଣ୍ଠି ସମସ୍ୟା ରହିଛି: ଡବ୍ଲୁଏଚଓ

mahabharatanews

ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ

mahabharatanews

ଜାମ୍ମୁରେ ହେବ ଭଗବାନ ଭେଙ୍କେଟେଶ୍ୱରଙ୍କ ମନ୍ଦିର

mahabharatanews

Leave a Comment