ଓଡିଶା

ମିନି ଟ୍ରକକୁ ଧକ୍କା ଦେଲା କାର, ୪ ଆହତ

(ମହାଭାରତ, ମୋହନା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପାଦ୍ରୀମା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁ ରାସ୍ତା ନ ଦେଖାଯିବାରୁ ଏକ କାର ଗୋଟିଏ ମିନି ଟ୍ରକ୍କୁ ପଛପଟୁ ଧକ୍କା ଦେଇଛି । ଏଥିରେ କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି । ଅନ୍ୟ ଜଣକ ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢେ ୬ଟା ବେଳେ ୬ ଜଣ ଯାତ୍ରୀଙ୍କୁ ନେଇ କାରଟି ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ପାଦ୍ରୀମା ଗାଁ ନିକଟ ରାସ୍ତା କଡରେ ଠିଆ ହୋଇଥିବା ଏକ ମିନି ଟ୍ରକ୍କୁ ଏହା ପଛପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ କୁହୁଡି ଯୋଗୁ ରାସ୍ତା ଭଲ ଭାବେ ଦେଖାଯାଉ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଉତ୍ସବ ମୁଖର ଗାଁରୁ ସହର

mahabharatanews

ଆଜିଠୁ ରାଜଧାନୀରେ ଖୋଲିଲା ପାର୍କ

mahabharatanews