ଥିରୁବନନ୍ଦପୁରମ: କେରଳ ରାଜ୍ୟପାଳଙ୍କୁ ବିଧାନସଭାରେ ବିରୋଧର ସମ୍ମୁଖୀନ ହେବାକୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି ଏହାଠାରୁ ଅଧିକ ଖରାପ ସମୟ ସେ ଦେଖିଛନ୍ତି ଉତ୍ତର ପ୍ରଦେଶ ବିଧାନସଭାରେ । କେରଳ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ କାଳରେ ତାଙ୍କୁ ବିଧାୟକମାନେ ପ୍ଲାକାର୍ଡ ଦେଖାଇବା ସହ ଗୋ ବ୍ୟାକ ନାରା ଦେବା ସହ ତ।।ଙ୍କ ରାସ୍ତା ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ବିଧାୟକମାନେ ବିଧାନସଭା କକ୍ଷ ତ୍ୟାଗ କରିଚାଲିଯାଇଥିଲେ ।
ଏହି ବିରୋଧକୁ ନେଇ ଗଣମାଧ୍ୟମକୁ ଆରିଫ କହିଥିଲେ, ମୁଁ ଉତ୍ତର ପ୍ରଦେଶ ବିଧାନସଭାରେ ଏହାଠାରୁ ମଧ୍ୟ ଖରାପ ସ୍ଥିତିର ସମ୍ମୁଖୀନ ହୋଇ ସାରିଛି । ବିଧାନସଭାରେ ରାଜ୍ୟ ପାଳଙ୍କ ଅଭିଭାଷଣ କାଳରେ ଏକ ହାଇ ଭୋଲ୍ଟ ଡ୍ରାମା ଦେଖିବାକୁ ମିଳିଥିଲା । ଗୃହକୁ ରାଜ୍ୟପାଳ ପ୍ରବେଶ କରିବା ସମୟରେ ବିରୋଧୀ ବିଧାୟକମାନେ ଗୋ ବ୍ୟାକ ଗଭର୍ନର ନାରା ଦେବା ସହ ସିଏଏ ବିରୋଧି ପ୍ଲାକାର୍ଡ ପ୍ରଦାର୍ଶ କରିଥିଲେ । ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟର ବିଧାୟକମାନେ ନାର।।ବାଜି କରିବା ସହ ତାଙ୍କ ରାସ୍ତାରେ ଠିଆ ହୋଇ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ବାରରଣ କରିଥିଲେ । ପରେ ମାର୍ସାଲମ।।ନଙ୍କ ସାହାଯ୍ୟରେ ରାଜ୍ୟପାଳ ପୋଡିୟମ ପର୍ଯ୍ୟନ୍ତ ଯାଇଥିଲେ । ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ ବାଚସ୍ପତି ପି ଶ୍ରୀରାମକୃଷ୍ଣନ ମଧ୍ୟ ରାଜ୍ୟପାଳଙ୍କ ସହ ଗୃହକୁ ମାର୍ଶାଲଙ୍କ ସହଯୋଗରେ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ । ଏହା ପରେ ରାଜ୍ୟପ।।ଳ ତାଙ୍କ ଅଭିଭାଷଣ ଆରମ୍ଭ କରିବା ବେଳକୁ ବିଧାୟକମାନେ ସିଏଏ ଓ ଏନଆରସିକୁ ବିରୋଧ କରି ପ୍ରଦର୍ଶନ କରିଥିଲେ ।