ଓଡିଶା

ମୃତ ହାତୀ ଶାବକ ଉଦ୍ଧାର

ଦେବଗଡ଼: ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀଟିର ବୟସ ଆନୁମାନିକ ୩ ବର୍ଷ ହେବ । କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହାତୀ ଶରୀରରେ ମଧ୍ୟ କୌଣସି କ୍ଷତଚିହ୍ନ ନଥିବା ଜଣାପଡ଼ିଛି । ଅନ୍ୟ ହାତୀର ଆକ୍ରମଣରେ ଉକ୍ତ ହାତୀ ଶାବକର ମୃତ୍ୟୁ ହୋଇଥିବା ନେଇ ବନବିଭାଗ ଅନୁମାନ କରୁଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଗ୍ରାମର ଫକୀର ଗଡ଼ନାୟକଙ୍କ ଗୁହାଳ ଘର ପଛପଟେ ମୃତ ଅବସ୍ଥାରେ ହାତୀ ସାବକକୁ ଦେଖିବାକୁ ମଳିଥିଲା । ଖବର ପ୍ରଚାର ହେବା ପରେ ହାତୀକୁ ଦେଖିବାକୁ ଲୋକ ରୁଣ୍ଡ ହୋଇଥିଲେ । ଗ୍ରାମବାସୀ ପଳସମା ବିଭାଗର ‘ରେଷ୍ଟର ଓ ରିଅ ।ମାଳ ରେଞ୍ଜ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର ଦାଶ ଓ ପଳସମା ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ତଦନ୍ତ କରିଥିବା ଜଣାପଡ଼ିଛି ।

Related posts

ଲକ୍ଷ୍ମଣନ୍ନାଥ ରୋଡ ରେଳ ଷ୍ଟେସନର ବିକାଶ ଦାବିରେ ଆମରଣ ଅନଶନ

mahabharatanews

ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୟାପଲ୍ଲୀରେ ବୃକ୍ଷରୋପଣ

mahabharatanews

ଥରୁଛି ଓଡିଶା ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ 

mahabharatanews

Leave a Comment