ଓଡିଶା

ଯଜ୍ଞପତି ଫାଉଣ୍ଡେସନର ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

(ମହାଭାରତ, ପାରାଦ୍ୱୀପ): ପାରାଦ୍ୱୀପ ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତରେ ଯଜ୍ଞପତି ଫାଉଣ୍ଡେସନ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅସହାୟ ପରିବାରକୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ପଙ୍କପାଳ ଦୁର୍ଗା ପଡିଆଠାରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାହାମା ଏସବିଆଇ ଶାଖା ମ୍ୟାନେଜର ଦୀନେଶ ମିଶ୍ର ଯୋଗ ଦେଇଥିଲା । ସାମ୍ବାଦିକ ବିଭୂତି ଦାସ, କୃଷକ ନେତା ବିଷ୍ଣୁ ଚରଣ ସ୍ୱାଇଁ ଆଦି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ । ସମାଜରେ ଧନୀ ଓ ଗରିବଙ୍କ ମଧ୍ୟରେ ଗଢି ଉଠୁଥିବା ଭେଦଭାବକୁ ଭୁଲି ଲୋକେ କାମ କଲେ ଦେଶର ଉନ୍ନତି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପଙ୍କପାଳ ପଞ୍ଚାୟତର ୧୨୦ରୁ ଉଦ୍ଧ୍ୱର୍ ପରିବାରକୁ ଅନୁଷ୍ଠାନ ପକ୍ଷରୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଯଜ୍ଞପତି ଫାଉଣ୍ଡେସନର ନିର୍ଦ୍ଦେଶକ ପଙ୍କଜ ମିଶ୍ର ଓ ଅମିୟକାନ୍ତ ଚୌଧୁରୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଆଗାମୀ ଦିନରେ ଏହି ଅନୁଷ୍ଠାନ ଭାରତର ପ୍ରତ୍ୟେକ ପଞ୍ଚାୟତରେ ଗରିବ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ କାମ କରିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

Related posts

ସୃଷ୍ଟି ହେଉଛି ଏକ ଲଘୁଚାପ 

mahabharatanews

ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର

mahabharatanews

ରାଜଧାନୀରେ ଉଚ୍ଛେଦ ପ୍ରକିୟା ଆରମ୍ଭ

mahabharatanews

Leave a Comment