(ମହାଭାରତ, ଶ୍ରୀନଗର): ଜମ୍ମୁ-କାଶ୍ମୀର ପୁଲୱାମାର ତ୍ରାଲ ଅଞ୍ଚଳରେ ବୁଧବାର ଯବାନଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ଘଟଣାସ୍ଥଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ ଆତଙ୍କବାଦୀମାନେ ଗଜ୍ବତ୍-ଅଲ୍-ହିନ୍ଦ୍ର ସଦସ୍ୟ ବୋଲି ପୋଲିସ ସୂଚନା ଦେଇଛି । ଜମ୍ମୁ-କାଶ୍ମୀର ପୋଲିସ କହିବାନୁସାରେ, ତ୍ରାଲ ଅଞ୍ଚଳରେ ଏହି ଆତଙ୍କବାଦୀମାନେ ଲୁଚିଥିବା ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା । ମଙ୍ଗଳବାର ରାତିରେ ସୁରକ୍ଷାକର୍ମୀମାନେ ଓ ପୋଲିସ ଏହି ଅଞ୍ଚଳରେ ଘେରାବନ୍ଦୀ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଆତଙ୍କୀମାନେ ସରୁକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିଲା । ଏହି ଗୁଳି ବିନିମୟ ବେଳୈ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୫ ଥର ସର୍ଚ୍ଚ ଅପରେସନ ହୋଇଛି । ଏଥିରେ ୧୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜମ୍ମୁ-କାଶ୍ମିର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
previous post