ଅପରାଧ

ଯୁବକଙ୍କୁ ପଥରରେ ଛେଚି ହତ୍ୟା, ୩ ଅଟକ

(ମହାଭାରତ, ଡେଲାଙ୍ଗ): ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ଆୟୋଜିତ ଏକ ବିବାହ ଭୋଜିରେ ଉପୁଜିଥିବା ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ହତ୍ୟା ସନ୍ଦେହରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଡେଲାଙ୍ଗ ଥାନା ରେଙ୍ଗଳ ଗାଁରେ ଏକ ବିବାହ ଭୋଜି ହୋଇଥିଲା । ଏହି ସମୟରେ ନିଶାସକ୍ତ ଅବସ୍ଥାରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହେବାରୁ କାଶୀନାଥ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ପଥରରେ ଛେଚି ହତ୍ୟା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି । ଏହି ଘଟଣାରେ ତଦନ୍ତ ଆରମ୍ଭ କରି ଯୁବକଙ୍କ ହତ୍ୟା ସନ୍ଦେହ ୩ ଜଣକୁ ଅଟକ ରଖିଛି ।

Related posts

ହାଇଦ୍ରାବାଦ ଏନକାଉଣ୍ଟର ହିରୋ

mahabharatanews

ଡକାୟତଙ୍କ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

mahabharatanews

ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ

mahabharatanews

Leave a Comment