ଓଡିଶା

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

(ମହାଭାରତ, ବଣାଇ): ଗୁରୁବାର ସକାଳେ ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିଗଳା ଗାଁ ନିକଟରେ ଥିବା ଜଙ୍ଗଲ ପାଖରୁ ଜଣେ ଯୁବକଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ବଣାଇଗଡ ସହରର ବାସିନ୍ଦା ୨୭ ବର୍ଷିୟ ଅନିଲ ମୁଣ୍ଡା ବୋଲି ଜଣାପଡିଛି । ଗୁରୁବାର ସକାଳେ ସ୍ଥାନୀୟ ଲୋକେ ସେଠାରେ ଶବ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଯୁବକ ଜଣକଙ୍କ ସହ ଧସ୍ତଧସ୍ତା ହୋଇ କାବୁ କରିବା ପରେ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକାଟି ଦିଆଯାଇଛି । ତା ପରେ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ପାରିପାଶ୍ୱର୍ିକ ସ୍ଥିତିକୁ ଦେଖିଲେ ଜଣାପଡୁଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଗ୍ଲାସ, ସିଝା ଅଣ୍ଡା ଆଦି ପଡିଛି । ଗତ ସନ୍ଧ୍ୟାରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବଣାଇ ପୋଲିସ ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଧିକ ତଥ୍ୟ ହାସଲ ପାଇଁ ରାଉରକେଲାରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ମଗାଇଛି ।

Related posts

କର୍ଣ୍ଣାଟକ ଛୁଇଁଲା ମୌସୁମୀ: ୧୦ରେ ପହଞ୍ଚିବ ଓଡିଶା

mahabharatanews

ବିଧାୟକ ଅମର ଶତପଥୀଙ୍କ ୪ କର୍ମଚାରୀ କରୋନା ପଜିଟିଭ

mahabharatanews

ପାଣୀ ଟାଙ୍କି ଉପରକୁ ଚଢିଗଲା ପ୍ରେମିକ ପ୍ରବର, ପ୍ରେମିକାକୁ କଲା ଭିଡିଓ କଲ୍

mahabharatanews

Leave a Comment