ଅପରାଧ

ଯୁବତୀଙ୍କୁ ନିର୍ମମ ହତ୍ୟା, ଦୁଷ୍କର୍ମ ସନ୍ଦେହ

(ମହାଭାରତ, ଲକ୍ଷ୍ମୀପୁର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କାକିରିଗୁମ୍ମା ଥାନା ଅନ୍ତର୍ଗତ ଡମପଡା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବତୀଙ୍କୁ କିଛି ଦୂର୍ବର୍ୃତ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକ ଜଣକଙ୍କ ନାମ ରବିନା ଖାସଲା ବୋଲି ଜଣାପଡିଛି । ତାଙ୍କ ସହ ଦୁଷ୍କର୍ମ କରିବା ପରେ ଦୂର୍ବୃତ୍ତମାନେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଅପରାହ୍ନରେ ରବିନା ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ । କିନ୍ତୁ ଘରକୁ ଫେରିନଥିଲେ । ପରେ ତାଙ୍କୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଏହି ସମୟରେ ଏକ ପାହାଡ ଉପରେ ଥିବା ବୁଦା ନିକଟରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୋଲିସ ସେଠାରେ ସାଇଣ୍ଟିଫିକ ଦଳ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀଙ୍କ ଠାରୁ ଏକ ସୁନା ହାର ଦୂର୍ବୃତ୍ତମାନେ ଲୁଟି ନେଇଥିବା ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ପରେ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି ଜଣାଯାଇଛି ।

Related posts

ବାଇକ ଧକ୍କାରେ ବୃଦ୍ଧ ମୃତ

mahabharatanews

ନଗଡାରେ ହରିଲୁଟ

mahabharatanews

ସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

Leave a Comment