ଓଡିଶା

ଯୁବ ସମାଜସେବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ମହାଭାରତ, ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ବାଙ୍କୋଇଦେଶ ପଚାଂୟତର ଯୁବ ସମାଜସେବୀ ଜିତନ ବନଜେନ଼ାଙ୍କ ଏକାଦଶ ଅବସରରେ ବାଙ୍କୋଇ ଗଡ଼ସାହି ଠାରେ ଏକ ସ୍ମୃତିଚାରଣ ସଭା ବୈଜେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସ୍ମୃତିଚାରଣ ସଭାରେ ବେଗୁନିଆ ନିର୍ବାଚନର ମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ କୁମାର ସାହ,ପ୍ରଧାନଶିକ୍ଷକ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର,ବୁଢା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ତାଙ୍କର ଅମର ଆତ୍ମାର ଶାନ୍ତି କାମନା ସହ ସ୍ମୃତି ଚାରଣ କରିଥିଲେ । ଜିତନ ସ୍ଥାନୀୟ ଅଂଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେ ଅଞ୍ଚଳବାସୀଙ୍କ ଅତିପ୍ରିୟପାତ୍ର ହୋଇଥିଲେ । ଜଣେ ଲୋକପ୍ରିୟ ଯୁବ ସମାଜସେବୀ ଭାବରେ ଅଂଚଳରେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ତାଙ୍କ ପିତା ଉପେନ୍ଦ୍ରଙ୍କ ଦୁଇ ପୁଅ ଥିବା ବେଳେ ଜିତନ ବଡ଼ପୁଅ ଭାବେ ପରିବାରର ଏକ ମାତ୍ର ସାହା ଭରଷା ଥିଲେ ।

Related posts

ଡେଙ୍ଗୁ ଆତଙ୍କ : ୧୮୫ ଜଣ ପଜିଟିଭ ଚିହ୍ନଟ

mahabharatanews

ଆଜିଠୁ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା

mahabharatanews

ଲୁଟେରାଙ୍କୁ ଧରିବାବେଳେ ଚଡିଗଲା ଟ୍ରଲର, ୩ ମୃତ

mahabharatanews