ଓଡିଶା

ଯୁବ ସମାଜସେବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ମହାଭାରତ, ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ବାଙ୍କୋଇଦେଶ ପଚାଂୟତର ଯୁବ ସମାଜସେବୀ ଜିତନ ବନଜେନ଼ାଙ୍କ ଏକାଦଶ ଅବସରରେ ବାଙ୍କୋଇ ଗଡ଼ସାହି ଠାରେ ଏକ ସ୍ମୃତିଚାରଣ ସଭା ବୈଜେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସ୍ମୃତିଚାରଣ ସଭାରେ ବେଗୁନିଆ ନିର୍ବାଚନର ମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ କୁମାର ସାହ,ପ୍ରଧାନଶିକ୍ଷକ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର,ବୁଢା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ତାଙ୍କର ଅମର ଆତ୍ମାର ଶାନ୍ତି କାମନା ସହ ସ୍ମୃତି ଚାରଣ କରିଥିଲେ । ଜିତନ ସ୍ଥାନୀୟ ଅଂଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେ ଅଞ୍ଚଳବାସୀଙ୍କ ଅତିପ୍ରିୟପାତ୍ର ହୋଇଥିଲେ । ଜଣେ ଲୋକପ୍ରିୟ ଯୁବ ସମାଜସେବୀ ଭାବରେ ଅଂଚଳରେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ତାଙ୍କ ପିତା ଉପେନ୍ଦ୍ରଙ୍କ ଦୁଇ ପୁଅ ଥିବା ବେଳେ ଜିତନ ବଡ଼ପୁଅ ଭାବେ ପରିବାରର ଏକ ମାତ୍ର ସାହା ଭରଷା ଥିଲେ ।

Related posts

ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସଂକେତ

mahabharatanews

ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

mahabharatanews

ଭିତରକନିକା ପକ୍ଷୀ ଗଣନା ଆରମ୍ଭ

mahabharatanews