(ମହାଭାରତ): ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ । ଏହି ପର୍ବର ନାମ ‘ଡେ ଅଫ ଦି ଡେଡ’ । ଏହି ଅବସରରେ ଲୋକମାନେ ଭୂତ ଏବଂ କଙ୍କାଳପରି ଦେଖାଯାଉଥିବା ପୋଷାକ ପିନ୍ଧି ଘରୁ ବାହାରକୁ ବାହାରିଥାନ୍ତି । ଦୁଇ ହଜାର ବର୍ଷ ପୁରୁଣା ଏହି ପର୍ବ ୨ଦିନ ଧରି ପାଳନ କରାଯାଏ । ମାନ୍ୟତା ଅନୁସାରେ ପୂର୍ବ ପୁରୁଷଙ୍କ ଆତ୍ମା ୨ଦିନ ପାଇଁ ପରିବାର ସହ ରହିବାକୁ ଆସିଥାନ୍ତି । ସେଥିପାଇଁ ସେଠାକାର ଲୋକେ ଏହି ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ସହରରେ ‘କଟ୍ରିନା’ ନାମକ ଏକ ପରେଡ୍ ଶୋ’ର ଆୟୋଜନ କରାଯାଏ । ଏଥିରେ ଲୋକମାନେ କଙ୍କାଳପରି ବେଶଭୂଷାରେ ଆଭୂଷିତ ହୋଇ ସେଥିରେ ସାମିଲ ହୋଇଥାନ୍ତି ।
previous post